ଚୀନ୍‌ରେ ମୋଦି

PM-Narendra-Modi

ନୂଆଦିଲ୍ଲୀ: ଚୀନ୍‌ରେ ମୋଦି। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଚୀନ୍‌ରେ ପହଞ୍ଚିଛନ୍ତି। ମୋଦିଙ୍କ ଏହି ଗସ୍ତ ଦୁଇଦିନିଆ କାର୍ଯ୍ୟକ୍ରମ ଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ରିକ୍ସ ସଦସ୍ୟଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହେବ ବୋଲି କୁହାଯାଉଛି। ମୁଖ୍ୟତଃ ବ୍ରିକ୍ସ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ଆଜେଣ୍ଡା ପ୍ରସ୍ତୁତି ଏବଂ ପରସ୍ପର ମଧ୍ୟରେ ସୁସମ୍ପର୍କ ନେଇ ଆଲୋଚନା ହେବ। ଚୀନରେ ପହଞ୍ଚିବା ପରେ ମୋଦିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଛି। ସେହିପରି ଏହି ଗସ୍ତ କାଳରେ ଋଷ ରାଷ୍ଟ୍ରପତି ଭ୍ଲାଡମିର ପୁଟ୍ଟିନ  ଏବଂ ଅନ୍ୟ ବ୍ରିକ୍ସ ମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକକୁ ନେଇ ଅଲୋଚନା ପାଁଇ ମୋଦି ଆଶାବାଦୀ ଅଛନ୍ତି।

ଏହି ସମ୍ମିଳନୀରେ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଯୋଗ ଦେଉଛନ୍ତି। ତେବେ ଅତିଥିଭାବେ ଇଜିପ୍ଟି, କେନିଆ, କାଜକିସ୍ଥାନ, ମେକ୍ସିକୋ, ଥାଇଲାଣ୍ଡ ଆଦି ଦେଶକୁ ଆମନ୍ତ୍ରଣ କରିଛି ଚୀନ। ଏହି ଦେଶର ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ମଧ୍ୟ ମୋଦି ବିଚାର କରୁଛନ୍ତି। ଅନ୍ୟପଟେ ଡୋକଲାମ  ପ୍ରସଙ୍ଗକୁ ନେଇ ଭାରତ-ଚୀନ ମଧ୍ୟରେ ୭୩ ଦିନ ଧରି ଲାଗି ରହିଥିବା ତିକ୍ତତା ଅନ୍ତ ହେବା ପରେ ମୋଦି ଚୀନ ଗସ୍ତ କରିଛନ୍ତି। ତେଣୁ ସୀମା ପ୍ରସଙ୍ଗକୁ ନେଇ ମୋଦିଙ୍କ ଏହି ଯାତ୍ରା ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି।

Previous ArticleNext Article

Send this to a friend