ମୋଦି ଦେଲେ ମନ୍ତ୍ର: କେମିତି କାଟିବେ ଖରାଛୁଟି ?

modi

ଶେଷ ହୋଇଛି ପରୀକ୍ଷାର ଋତୁ। ଆରମ୍ଭ ହୋଇଛି ଗ୍ରୀଷ୍ମ ଛୁଟି। ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ଛୁଟି କିପରି ଖୁସିରେ କାଟିବେ ତାର ୩ଟି ସରଳ ଉପାୟ ବତାଇଛନ୍ତି। ଆଉ ନୂଆ କିଛି କରିବାର ଉପାୟ ମଧ୍ୟ କହିଛନ୍ତି।

ନୂଆ ଅନୁଭୂତି: ଏହି ଛୁଟିରେ କିଛି ନୂଆ ଅନୁଭୂତି ପାଇବା ପାଇଁ ମୋଦି ଛାତ୍ରଛାତ୍ରୀଙ୍କୁ କହିଛନ୍ତି। ନିଜକୁ ନୂଆ ନୂଆ ଏକ୍ସପେରୀମେଣ୍ଟ ସାମିଲ କରିବା ପାଇଁ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଏକ୍ସପେରିମେଣ୍ଟ ଯେପରି କାହାକୁ କ୍ଷତି ନ ପହଞ୍ଚାଏ ସେପ୍ରତି ଧ୍ୟାନ ଦିଅନ୍ତୁ। ନୂଆ ଅନୁଭୁତି ପାଇଁ ଟ୍ରେନରେ ସେକେଣ୍ଡ କ୍ଲାସ ବଗିରେ ୨୪ ଘଣ୍ଟା ଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି ମୋଦି। ଯାହାଫଳରେ ଭିଡ଼ଥିବା ଟ୍ରେନରେ ଠିଆ ହୋଇଯିବାର ଏକ ନୁଆ ମଜାଦାର ଅନୁଭୂତି ମିଳିପାରିବ।

ସମର କ୍ୟାମ୍ପରେ ଯୋଗଦେବା: ଗ୍ରୀଷ୍ମ ଛୁଟିରେ ହେଉଥିବା ସମର କ୍ୟାମ୍ପରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି।ଯେଉଁଠି ମଣିଷର ବ୍ୟକ୍ତିତ୍ୱର ବିକାଶ ହୋଇଥାଏ। ତତ୍‌ସହିତ ଏକ ଗରିବ ବସ୍ତିକୁ ଯାଇ ସେଠାରେ ଥିବା ପିଲାଙ୍କ ସହ ଖେଳନ୍ତୁ ଏହା ବହୁତ ଆନନ୍ଦ ଦେଇଥାଏ ବୋଲି କହିଛନ୍ତି ମୋଦି।

ସ୍କିଲ ଡେ଼ଭଲପମେଣ୍ଟ: ଦକ୍ଷତା ବିକାଶ ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଜିର ଏହି ଟେକ୍ନୋଲୋଜି ସମାଜରୁ କିଛି ଦିନ ଦୂରେଇ ଯାଇ ସର୍ମ୍ପକୀୟଙ୍କ ସହ ସମୟ ବିତାଇବାକୁ କହିଛନ୍ତି ମୋଦି। ନୂଅ ନୂଆ ଭାଷା ଶିଖିବା,କାର୍ ଚଳେଇବା ଭଳି ଛୋଟ ଛୋଟ କାମ କରିବା ଦ୍ୱାରା ବହୁତ ଖୁସି ମିଳିଥାଏ। ଗୋଟିଏ ଗୋଟିଏ ସପ୍ତାହ ବାହାର ସ୍ଥାନକୁ ବୁଲିବାକୁ ଯିବା ଫଳରେ ସମସ୍ତେ ନୂଆ ନୂଆ ଅନୁଭୂତି ପାଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ନିଜ ନୂଆ ଅନୁଭୂତି ଓ ଫଟୋ incredibleindiaରେ ସେୟାର କରିବାକୁ କହିଛନ୍ତି ମୋଦି।

 

Previous ArticleNext Article

Send this to a friend