କର୍ଣ୍ଣାଟକରେ ବି ଚାଲିଲା ‘ମୋଦି ମ୍ୟାଜିକ୍’! ୧୧୦ରୁ ଅଧିକ ଆସନରେ ବିଜେପି ଆଗୁଆ

rahul

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ଭୋଟ୍ ଗଣତି ଚାଲିଛି। ଆଉ ଏଥିରେ ବିଜେପି ଆଗରେ ଚାଲୁଛି। ବିଭିନ୍ନ ବୈଦ୍ୟୁତି ଗଣମାଧ୍ୟମରେ ଆସୁଥିବା ରିପୋର୍ଟ ଅନୁଯାୟୀ ବିଜେପି ଆଗରେ ଅଛି। ବିଜେପି ୧୧୦ରୁ ଅଧିକ ଆସନରେ ଆଗୁଆ ଅଛି। କିଛି କିଛି ନ୍ୟୁଜ୍‌ ଚ୍ୟାନେଲ୍‌ରେ ଦେଖଯାଉଥିବା ରିପୋର୍ଟ ଅନୁଯାୟୀ ବିଜେପି ୧୧୪ରୁ ଅଧିକ ଆସନରେ ଆଗୁଆ ଚାଲିଛି। ଆଉ କିଛି ନ୍ୟୁଜ୍‌ ଚ୍ୟାନେଲ୍‌ରେ ପ୍ରସାରିତ ଖବର ଅନୁଯାୟୀ ଦଳ ୧୧୮ ବା ୧୨୦ଟି ଆସନରେ ଆଗୁଆ ରହିଛି।  ତେଣୁ ଦେଶର ଅନ୍ୟ ରାଜ୍ୟ ଭଳି କର୍ଣ୍ଣାଟକରେ ବି ମୋଦି ଯାଦୁ କାମ କରିଛି ବୋଲି କୁହାଯାଉଛି। ଏଥର କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବାର ସମ୍ଭାବନା ଦେଖା ଦେଇଛି। ବିଜେପି ନେତା ସଦାନନ୍ଦ ଗୌଡ଼ ବି କହିସାରିଲେଣି ଯେ ଦଳ ୧୧୨ରୁ ଅଧିକ ଆସନ ଜିତିବ ଏବଂ କାହା ସହିତ ମେଣ୍ଟ କରିବାକୁ ପଡ଼ିବନି। ତେବେ ଫଳାଫଳ ଘୋଷଣା ପରେ ଚିତ୍ର ପୂରା ସ୍ପଷ୍ଟ ହୋଇଯିବ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ କଂଗ୍ରେସ ୬୦ରୁ କମ୍ ଆସନରେ ଆଗୁଆ ଥିବା ବେଳେ ଜେଡିଏସ୍‌ ୪୦ରୁ ଅଧିକ ଆସନରେ ଆଗୁଆ ରହିଛି।

୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ୨୨୨ଟି ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ଯେଉଁ ଦଳ ୧୧୨ରୁ ଅଧିକ ଆସନ ପାଇବ ସେ ସରକାର ଗଠନ କରିବ।

୨୦୧୩ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୨୨ଟି ଆସନ ମିଳିଥିଲା। ବିଜେପିକୁ ୪୦ଟି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଠି ଦେବେଗୌଡ଼ାଙ୍କ ଜେଡିଏସ୍‌କୁ ୪୦ଟି ଆସନ ମିଳିଥିଲା।

Previous ArticleNext Article

Send this to a friend