ଆସନ୍ତାକାଲିଠାରୁ ବ୍ରିକ୍ସ ବୈଠକ: ସମସ୍ତଙ୍କ ନଜର ମୋଦିଙ୍କ ଉପରେ

X-Jinping-Vladimir-Putin-Narendra-Modi

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ଆସନ୍ତାକାଲିଠାରୁ ଚୀନର ଜିଆମିନ ସହରରେ ଆରମ୍ଭ ହେବ ବ୍ରିକ୍ସ ବୈଠକ। ଏଥିରେ ଭାରତ, ଋଷିଆ, ବ୍ରାଜିଲ, ଚୀନ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏହି ବୈଠକରେ ଯୋଗଦେବେ। ଚୀନର ରାଷ୍ଟ୍ରପତି ଜି-ଜିନ୍‌-ପିଙ୍ଗଙ୍କ ଅଧ୍ୟକ୍ଷତାରେ ହେବାକୁଥବା ଏହି ବୈଠକରେ ବ୍ୟବସାୟିକ ଅଭିବୃଦ୍ଧି ସହ ପାରସ୍ପରିକ ସହଯୋଗ ଉପରେ ଆଲୋଚନା ହେବ। ଡୋକଲାମ ବିବାଦ ପରେ ଚୀନ ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ପରସ୍ପରକୁ ଭେଟିବେ। ତେଣୁ ଏହି ବୈଠକକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ବ୍ରିକ୍ସ ବୈଠକ ପରେ ଚୀନ ଓ ଭାରତ ମଧ୍ୟରେ ବ୍ୟବସାୟିକ ସହଯୋଗ ପୁଣି ବୃଦ୍ଧି ପାଇବ ବୋଲି ବ୍ୟବସାୟୀ ମାନେ ଆଶା ରଖିଛନ୍ତି।

Previous ArticleNext Article

Send this to a friend