ଆଡଭାନୀଙ୍କୁ ରାଷ୍ଟ୍ରପତି ରେସ୍‌ରୁ ହଟେଇବା ପାଇଁ ମୋଦିଙ୍କ ଷଡ଼ଯନ୍ତ୍ର: ଲାଲୁ

laalu.00_02_23_00.Still002

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ରାଷ୍ଟ୍ରପତି ରେସ୍‌ରୁ ବାହର କରିବା ପାଇଁ ମୋଦି ଏଭଳି ସାଜିସ୍‌ କରିଥିବା କହିଛନ୍ତି ଲାଲୁ ପ୍ରସାଦ ଯାଦବ।

ବାବରୀ ମସଜିଦ ଭଙ୍ଗା ଘଟଣାରେ ସୁପ୍ରିମକୋର୍ଟଙ୍କ ରାୟ ଆସିଲା ପରେ ଏବେ ଚର୍ଚ୍ଚା ଜୋରଧରିଛି। ଆଡଭାନୀଙ୍କ ସମେତ ୧୩ଜଣଙ୍କ ନାଁରେ ଅପରାଧିକ ମାମଲା ଚାଲିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାକୁ ନେଇ ରାଷ୍ଟ୍ରୀୟ ଜନତା ଦଳର ନେତା ଲାଲୁ ପ୍ରସାଦ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅଧିନରେ ରହିଥିବା ସିବିଆଇକୁ ମୋଦି ଆଡଭାନୀଙ୍କ ବିରୋଧରେ ପ୍ରୟୋଗ କରିଛନ୍ତି କାରଣ ସେ ରାଷ୍ଟ୍ରପତି ପାର୍ଥୀ ଯେମିତି ହୋଇପାରିବେ ନାହିଁ।

Previous ArticleNext Article