ସ୍ୱାଧୀନତା ଦିବସରେ ହଠାତ୍‌ ମୋଦିଙ୍କ କାର୍‌ ହେଲା ପରିବର୍ତ୍ତନ: ଜାଣନ୍ତୁ କେଉଁ କାର୍‌ରେ ପ୍ରଧାନମନ୍ତ୍ରୀ ପହଞ୍ଚିଲେ ଲାଲକିଲ୍ଲାରେ

range rover

ନୂଆଦିଲ୍ଲୀ; (ଓଡ଼ିଶା ରିପୋର୍ଟର): ଆପଣ ଜାଣିଥିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ କାର ବିଏମ୍‌ଡବ୍ଲ୍ୟୁ-୭ ସିରିଜ୍‌। କିନ୍ତୁ ସ୍ୱାଧୀନତା ଦିବସ ଅବସରରେ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ଅନ୍ୟ ଏକ କାର୍‌ରେ ଲାଲ୍‌କିଲ୍ଲା ଆସିଥିଲେ। ହଠାତ୍ ପ୍ରଧାନମନ୍ତ୍ରୀଙ୍କ କାର୍‌ ବଦଳିଯିବା ଘଟଣା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଏମ୍‌ଡବ୍ଲ୍ୟୁ ବଦଳରେ ମୋଦି ହଠାତ ଜର୍ମାନୀ ନିର୍ମିତ ୨୦୧୦-ରେଞ୍ଜ ରୋଭର ଗାଡିରେ କଣ ପାଇଁ ଆସିଲେ ଏଥିପାଇଁ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା। ପ୍ରକୃତରେ ସୁରକ୍ଷାକୁ ନଜରରେ ରଖି ମୋଦିଙ୍କ କାର୍‌ ବଦଳାଯାଇଥିବା କୁହାଯାଉଛି। ଏହି ରେଞ୍ଜ ରୋଭର ଗାଡିରେ ମଧ୍ୟ ବିଏମ୍‌ଡବ୍ଲ୍ୟୁ ପରି ରହିଛି ଅନେକ ସୁବିଧା ଯେଉଁଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ବିଶେଷ ସୁରକ୍ଷା ଦିଆଯାଇଥିଲା। ଏହି କାର୍‌ ୭ ସେକେଣ୍ଡରେ ୦ରୁ ୬୦ କିମି ପର୍ଯ୍ୟନ୍ତ ଗତି କରିପାରିବ। ଏହି କାର୍‌ରେ ରାଡାର ବେସିକ୍‌ ଆଡପ୍ଟର  କ୍ରୁଜ୍‌ କଣ୍ଟ୍ରୋଲ ସିଷ୍ଟର ଦିଆଯାଇଛି। ଏହି କାର ମଧ୍ୟରୁ  ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ଦେଖିହେବା ଭଳି ସୁବିଧା ରହିଛି। ଏହାସହ ଏହି କାର୍‌ଟି ସମ୍ପୂର୍ଣ୍ଣ ବୁଲେଟ୍‌ ପ୍ରୁଫ୍‌। ଏହି କାର୍‌କୁ ରାସ୍ତାରେ ବାଦଶାହା ବୋଲି କହୁଯାଏ।

Previous ArticleNext Article

Send this to a friend