ଗୁରୁବାର ଉପବାସ କରିବେ ମୋଦି , ହେଲେ କ’ଣ ପାଇଁ ?

ନୂଆଦିଲ୍ଲୀ: ଉପବାସ କରିବେ ପ୍ରଧାନମନ୍ତ୍ରୀ ମୋଦି।  କେବଳ ମୋଦି ନୁହନ୍ତି ବିଜେପି ସାଂସଦମାନେ ମଧ୍ୟ ଅନଶନ କରିବେ। ଖାଦ୍ୟ ପାଣି କିଛି ଛୁଇଁବେନି।  ଏପ୍ରିଲ ୧୨ରେ ବିଜେପି ସାଂସଦମାନେ କରିବେ ଅନଶନ।  ହେଲେ ଏମିତି ନିଷ୍ପତ୍ତି କାହିଁକି? କଥା ହେଉଛି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଧୋଇ ହୋଇ ଯିବା ପ୍ରତିବାଦରେ ଆସନ୍ତା ଗୁରୁବାର ଦିନିକିଆ ଅନଶନ  କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ  ଦଳର ସାଂସଦମାନେ ବି ଅନଶନରେ ବସିବେ। ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ, କିନ୍ତୁ କିଛି ଖାଇବେ ନାହିଁ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

ସଂସଦର ଅଧିବେଶନ ଧୋଇ ହୋଇଯିବା ନେଇ ବିଜେପି କଂଗ୍ରେସକୁ ଦାୟୀ କରିଛି। ଗତ ସପ୍ତାହ ବିଜେପି ପକ୍ଷରୁ ଏହି ଅନଶନ ଘୋଷଣା କରାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଏଥିରେ ସାମିଲ୍ ହେବେ ବୋଲି ଆଜି ସ୍ପଷ୍ଟ ହୋଇଛି। ସେହିପରି ବିଜେପି ଅଧ୍ୟକ୍ଷ ଅମିତ ଶାହ କର୍ଣ୍ଣାଟକରେ ଥିବାରୁ ସେଠାରେ ବିଜେପି କର୍ମକର୍ତ୍ତାଙ୍କ ସହିତ ଅନଶନରେ ବସିବେ ବୋଲି ସୂଚନା ମିଳିଛି।

Previous ArticleNext Article

Send this to a friend