କାଲି ଉପବାସରେ ବସିବେ ମୋଦି: କଂଗ୍ରେସର ପ୍ରଶ୍ନ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନଶନ ବସିବା ନିଷ୍ପତ୍ତିକୁ ନେଇ  ଜୋର ଧରିଲା ରାଜନୀତି । କଂଗ୍ରେସ ବିଜେପିକୁ କଡ଼ା ଭାଷାରେ  ସମାଲୋଚନା କରିଛି । କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ  ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲ୍ । ଯଦି ସରକାର ଉପବାସରେ  ରହିବେ ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ବୋଲି ପ୍ରଶ୍ନ  କରିଛନ୍ତି ରଣଦୀପ।  ବିଜେପି ଜାଣିଶୁଣି ଅନ୍ୟ ପ୍ରସଙ୍ଗକୁ ଏଡାଇବା  ପାଇଁ ଏପରି ଅନଶନ ରାଜନୀତି କରୁଥିବା ଅଭିଯୋଗ ହୋଇଛି ।

କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଛି ବିଜେପି। ଆସନ୍ତାକାଲି ଦିନିକିଆ ଅନଶନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍  ଅଧିବେଶନରେ ଆଲୋଚନା ହୋଇପାରି ନ ଥିବାକୁ ବିରୋଧ କରି  ଅନଶନ କରିବେ ପ୍ରଧାନମନ୍ତ୍ରୀ । ଯାହାକୁ ସମର୍ଥନ ଜଣାଇ ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ମଧ୍ୟ ଅନଶନରେ ବସିବେ । ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । କିନ୍ତୁ କୌଣସି  ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ପୂର୍ବରୁ ସୂଚନା ମିଳିଛି । ଗତ ଦୁଇ  ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିନିକିଆ ଅନଶନରେ  ବସିଥିଲେ।

Previous ArticleNext Article

Send this to a friend