ମୋଦିଙ୍କ ଫ୍ଲପ୍‌ ଶୋ’: ରିଡର୍ସ ପୋଲ୍‌ରେ ପାଇଲେନି ଖଣ୍ଡେ ବି ଭୋଟ୍‌

modi

ନୂଆଦିଲ୍ଲୀ: ସାରା ଭାରତରେ ମୋଦି ମାନିଆ। ଯେଉଁଠି ଶୁଣିବେ ମୋଦି ଆଉ ମୋଦି। କେବଳ ଭାରତରେ ନୁହେଁ, ବିଶ୍ୱ ଦରବାରରେ ଏହି ନେତାଙ୍କ କ୍ରେଜ୍‌ କାହିଁରେ କ’ଣ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଟାଇମ୍ସ ମ୍ୟାଗାଜିନ୍‌ ପକ୍ଷରୁ ହୋଇଥିବା ଏକ ଅନ୍‌ଲାଇନ୍‌ ଭୋଟିଂରେ ମୋଦିଙ୍କୁ ଖଣ୍ଡେ ବି ଭୋଟ ମିଳିନାହିଁ।

ମ୍ୟାଗାଜିନ କର୍ତ୍ତୃପକ୍ଷ ବିଶ୍ୱର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପାଇଁ ଅନ୍‌ଲାଇନ୍‌ରେ ରିଡର୍ସଙ୍କ ମତାମତ ମାଗିଥିଲେ। ଯେଉଁଥିରେ ମୋଦିଙ୍କ ନାମ ମଧ୍ୟ ସାମିଲ ଥିଲା। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିଶ୍ୱ ରାଜନୀତିରେ ପ୍ରଭାବ ବିସ୍ତାର କରି ଚାଲିଥିବା ମୋଦିଙ୍କୁ ଜଣେ ହେଲେ ବି କେହି ଭୋଟ ଦେଇ ନ ଥିଲେ।

ମ୍ୟାଗାଜିନ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାର ଶୀର୍ଷରେ ସବୁବେଳେ ବିବାଦରେ ରହୁଥିବା ଫିଲିପାଇନ୍ସ ରାଷ୍ଟ୍ରପତି ରୋଡି ଦୁତର୍ତ୍ତି ରହିଛନ୍ତି। ତାଙ୍କୁ ୫ ପ୍ରତିଶତ ଭୋଟ୍‌ ମିଳିଛି।

କେବଳ ମୋଦି ନୁହଁନ୍ତି, ଏହି ଅନଲାଇନ୍‌ ଭୋଟିଂରେ ଅନ୍ୟ କିଛି ପ୍ରଭାବଶାଳୀ ବ୍ୟକ୍ତି ବି ଫ୍ଲପ୍‌ ମାରିଛନ୍ତି। ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଡେଲା, ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ହ୍ୱାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ ସିନ ସ୍ପାଇସର, ଡୋନାଲଡ ଟ୍ରମ୍ପଙ୍କ ଝିଅ ଏବଂ ଜ୍ୱାଇଁଙ୍କ ପକ୍ଷରେ ବି ଭୋଟ୍‌ ପଡି ନ ଥିଲା।

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଫ୍ରାନ୍ସର ପପ୍‌, ବିଲ ଗେଟସ୍‌ ଏବଂ ମାର୍କ ଜକରବର୍ଗଙ୍କୁ ୩ ପ୍ରତିଶତ ଲେଖାଏଁ ଭୋଟ୍‌ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ, ଗାୟକ ରିହାନା ଏବଂ ଅଭିନେତା ଏମ୍ମା ଷ୍ଟୋନଙ୍କୁ ୨ ପ୍ରତିଶତ ଲେଖାଏଁ ଭୋଟ ମିଳିଛି।

Previous ArticleNext Article

Send this to a friend