ଘର ଚଳାଇବା ହେଉଛି କଷ୍ଟ: ଜିଏସ୍‌ଟି ବଢାଇ ଦେଲା ୩୦ ପ୍ରତିଶତ ଖର୍ଚ୍ଚ

Grocery-Shopping

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଲାଗୁ ହେବା ପରେ ଘର ଚଳାଇବା କଷ୍ଟକର ହୋଇଯାଇଛି। କାରଣ ଘର ଖର୍ଚ୍ଚ ବଢି ଯାଇଛି। ଦେଶର ୫୪ ପ୍ରତିଶତ ଲୋକ ଏହା ସ୍ୱୀକାର କରିଛନ୍ତି। କେନ୍ଦ୍ର ସରକାରଙ୍କ ଉପଭୋକ୍ତା ମାମଲା ସହ ଜଡିତ ଏକ ସିଟିଜିୟନ ପୋର୍ଟାଲ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି। ସର୍ଭେରେ ୪୦ ହଜାରରୁ ଅଧିକ ଲୋକ ଭାଗ ନେଇଥିଲେ। ଜିଏସ୍‌ଟିକୁ ନେଇ ସେମାନଙ୍କୁ ଅଲଗା ଅଲଗା ପ୍ରଶ୍ନ କରାଯାଇଥିଲା। ଜିଏସ୍‌ଟି ଲାଗୁ ପରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଥିବାରୁ ଘର ଖର୍ଚ୍ଚ ବଢିଥିବା ପ୍ରତି ଦୁଇ ଜଣରେ ଜଣେ ସ୍ୱୀକାର କରିଛନ୍ତି।

ନୋଟବନ୍ଦୀ ପରେ ଜିଏସ୍‌ଟି କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇ ଦେଇଛି। ରାଜ୍ୟ ଅର୍ଥ ବିଭାଗକୁ ନେଇ ହାଇଦ୍ରାବାଦରେ ହୋଇଥିବା ଜିଏସ୍‌ଟି କାଉନସିଲିଂ ବୈଠକରେ କର ସୁଧାରକୁ ନେଇ ବହୁତ ଗୁଡିଏ ପ୍ରଶ୍ନ ଉଠିଥିଲା। ଉପୁଜିଥିବା କିଛି ସମସ୍ୟାର ସମାଧାନ ବୈଠକରେ କରାଯାଇଛି। ହେଲେ ୨୦୧୯ ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଚଲାଥିବା କେନ୍ଦ୍ରର ବିଜେପି ସରକାର ଚିନ୍ତା ଦର ବୃଦ୍ଧି ବଢାଇ ଦେଇଛି।

Previous ArticleNext Article

Send this to a friend