ଝିଅ ଦେହର ଦର କଷୁଥିଲେ ବାପା,ମା’

noida

ନୂଆଦିଲ୍ଲୀ: ପିଲାମାନେ ବାପାମା’ଙ୍କ ପାଖରେ ନିଜକୁ ସବୁଠାରୁ ସୁରକ୍ଷିତ ମଣନ୍ତି। କିନ୍ତୁ ଯଦି ଏହି ବାପା ଓ ମାଆ ପିଲାମାନଙ୍କ ଦେହର ସଉଦା କରନ୍ତି ତାହାଲେ କାହାକୁ ବା ବିଶ୍ୱାସ କରି ହେବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ନୋଏଡ଼ାର ସେକ୍ଟର ୨୦ ସ୍ଥିତ କୋତୱାଲିରେ। ଏଠାରେ ତିନି ଭଉଣୀ ସେମାନଙ୍କ ବାପାମା’ଙ୍କ  ନାଁରେ ଆଣିଛନ୍ତି ଏଭଳି ସଙ୍ଗିନ ଅଭିଯୋଗ। ଏନେଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି।

ଏହି ତିନି ଭଉଣୀଙ୍କ ମଧ୍ୟରୁ ସାନ ଭଉଣୀ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ବାପାମା’ ତାଙ୍କୁ ମୁମ୍ବାଇ ନେଇ ଯାଇ ଏକ ଡ୍ୟାନ୍ସବାରରେ ନାଚିବାକୁ ଓ ଖରାପ କାମ କରିବାକୁ ବାଧ୍ୟ କରିଥିଲେ। ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ । ତାଙ୍କୁ ବିକ୍ରି କରିବା ପାଇଁ ବହୁତ ଜାଗାରେ ମୂଲଚାଲ କରାଯାଇଥିଲା। କିନ୍ତୁ ସେ ଏ ବିଷୟରେ ଜାଣିପାରିଥିଲେ। ଏହା ପରେ ସେ ତାଙ୍କର ଅନ୍ୟ ଦୁଇ ଭଉଣୀଙ୍କ ସାହାଯ୍ୟରେ ସେଠାରୁ ଖସି ଆସିଥିଲେ। ଏବେ ତାଙ୍କୁ ଓ ତାଙ୍କର ଦୁଇ ଭଉଣୀଙ୍କୁ ମାରି ଦେବାକୁ ଦମକ ଦିଆଯାଉଛି।

ସେ ଆହୁରି କହିଛନ୍ତି ଯେ ତାଙ୍କ ମା’ ତାଙ୍କ ବାପାଙ୍କୁ ତଲାକ ଦେଇ ହାଥରସ ନିବାସୀ ସମୀରଙ୍କୁ ବାହା ହୋଇଥିଲେ। ସାବତ ବାପା ଓ ମା’ ମିଶି ତାଙ୍କୁ ମୁମ୍ବାଇ ନେଇ ଡ୍ୟାନ୍ସବାରରେ ନାଚ କରିବାକୁ ବାଧ୍ୟ କରିଥିଲେ। ଡ୍ୟାନ୍ସ ବାରରେ ନଚାଉ ନଚାଉ ଖରାପ କାମ କରିବା ପାଇଁ ବି ବାଧ୍ୟ କଲେ। ବିରୋଧ କଲେ ଖୁବ୍ ପିଟୁଥିଲେ।

ବଡ଼ ଭଉଣୀ କହିଛନ୍ତି ଯେ ତାଙ୍କୁ ବି ସାବତ ବାପା ଓ ମା’ ଏଭଳି କୁକାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ। ତେବେ ସେ କୌଣସି ମତେ ସେମାନଙ୍କ କବଳରୁ ବାହାରି ଆସି ବାହା ହୋଇ ନୋଏଡାରେ ରହୁଛନ୍ତି। ତେବେ ତାଙ୍କ ପରେ ତାଙ୍କ ସାନ ଭଉଣୀଙ୍କୁ  ସମାନ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା। ଏହା ଜାଣିବା ପରେ ଆମ ତାଙ୍କୁ ଉଦ୍ଧାର କରିଛୁ।

ନୋଏଡା ସିଟି ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Previous ArticleNext Article

Send this to a friend