ଭୁଶୁଡ଼ିଲା ୩ ମହଲା କୋଠା: ବହୁ ଲୋକ ଫସିଥିବା ଆଶଙ୍କା

People-trapped-in-collapsed-building

ମୁମ୍ବାଇ,(ଓଡ଼ିଶା ରିପୋର୍ଟର): ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଏବେ ଶନିଦଶା ।  ଲାଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା କୁତ୍ରିମ ବନ୍ୟା ମୁମ୍ବାବାସୀଙ୍କୁ ହନ୍ତସନ୍ତ କରିଥିବା ବେଳେ ପୁଣି ଏକ ଦୁଃଖଦ ଘଟଣା ଘଟିଛି। ମୁମ୍ବାଇର  ଡୋଙ୍ଗ୍ରି ନିକଟସ୍ଥ ଜେ.ଜେ ଫ୍ଲାଇ ଓଭର ପାଖରେ ଏକ ୩ ମହଲା କୋଠା ଭୁଶୁଡ଼ି ପଡ଼ିଛି।  ଫଳରେ ଏହି କୋଠାଭିତରେ ବହୁ ଲୋକ ଭିତରେ ଫସିଥିବା ଆଶଙ୍କା କରାଯାଉଛି।

ଏହି ଦୁର୍ଘଟଣାରେ କହାର ମୃତ୍ୟୁ ଘଟିଛିକି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଛି।  କୁହାଯାଉଛି ଏହି ଘରେ ୨ରୁ ୩ଟି ପରିବାର ରହୁଥିଲେ। ୧୫ରୁ ଊର୍ଦ୍ଧ୍ୱ ଲୋକ ଭାଙ୍ଗିଯାଇଥିବା କୋଟା ତଳେ ଚାପିଯାଥିବା ଆଶଙ୍କା କରାଯାଉଛି। ଅଦ୍ୟାବଧି ୩ ଜଣ ଲୋକଙ୍କୁ ଉଦ୍ଧାର କରାରଯାଇ ପାରିଛି। ଉଦ୍ଧାର କାର୍ଯ୍ୟରେ ୧୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି। ପ୍ରବଳ  ବର୍ଷା ଯୋଗୁ  କୋଠାଟି ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା ଆଶଙ୍କା କରାଯାଉଛି।

Previous ArticleNext Article

Send this to a friend