ଥାନେରୁ ୨.୨୫ କୋଟିର ପୁରୁଣା ନୋଟ୍‌ ଜବତ, ୬ ଅଟକ

money

ମୁମ୍ବାଇ: ମହାରାଷ୍ଟ୍ର ଥାନେରୁ ୨.୨୫ କୋଟି ଟଙ୍କାର ପୁରୁଣା ୫୦୦,୧୦୦୦ ଟଙ୍କିଆ ନୋଟ୍‌ ଜବତ କରାଯାଇଛି। ଏହି ମାମଲାରେ ପୋଲିସ୍‌ ୬ଜଣଙ୍କୁ ଅଟକ ରଖିଛି।

ଜଏଣ୍ଟ ପୋଲିସ୍‌ କମିଶନରଙ୍କ ସୂଚନା ଅନୁଯାୟୀ ଗତ ଫେବ୍ରୁଆରୀ ୨୫ ତାରିଖରେ ପୋଲିସ୍‌ ୪୬ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌ ଜବତ କରିବା ସହ ୩ଜଣଙ୍କୁ ଅଟକ ରଖିଥିଲା। ସେହିପରି ଗତ ମଙ୍ଗଳବାର ପୋଲିସ୍‌ ଆଉ ୨ଜଣଙ୍କୁ ଧରିବା ସହ ୧.୨୯ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜବତ କରିଛି। ବିମୁଦ୍ରାକରଣ ପରେ ଏତେ ପରିମାଣର ପୁରୁଣା ଟଙ୍କା ସେମାନେ କାହିଁକି ରଖିଥିଲେ ସେ ସଂପର୍କରେ ପୋଲିସ୍‌ ଖୋଳତାଡ଼ ଜାରି ରଖିଛି।

Previous ArticleNext Article

Send this to a friend