ଡରର ନାଁ ଟ୍ରମ୍ପ୍‌ : ଆହୁରି ୩ ମାସ ଗୃହବନ୍ଦୀ ରହିବେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ

trump-1

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହଫିଜ୍‌ ସୟିଦ୍‌ଙ୍କଙ୍କ ପାଇଁ ବଢିଲା ଅଡ଼ୁଆ। ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ବେଳେ ଏହି  ମିୟାଦ ବଢାଇ ଦିଆଯାଇଛି। ହାଫିଜ୍‌ ସୟିଦ୍‌ଙ୍କୁ ପାକିସ୍ତାନରେ ନଜରବନ୍ଦୀ କରି ରଖାଯାଇଥିବା ବେଳେ ଏହି ସମୟସୀମା ୯୦ ଦିନକୁ ବୃଦ୍ଧି କରାଯାଇଛି।  ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।  ଏଥିସହ ହାଫିଜ୍‌ଙ୍କ ୪ ସହଯୋଗୀ  ପ୍ରଫେସର ମଲ୍ଲିକ ଜାଫର ଇକ୍‌ବାଲ, ଅବଦୁର ରେହେମାନ ଆବିଦ୍‌, କ୍ୱାଜି  ଖସିଫ୍‌ ହୁସେନ୍ ଏବଂ ଅବଦୁଲା ଉବେଦ୍‌ଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଛି।

ପାକିସ୍ତାନ ସରକାର ଗତ ଜାନୁୟାରୀ ୩୦ ତାରିଖରେ  ଏହି ୫ ଜଣଙ୍କୁ  ଗୃହବନ୍ଦୀ କରିଥିଲେ। ୯୦ ଦିନ ପାଇଁ  ଏହି ବନ୍ଦୀ କରାଯାଇଥିଲେ ମଧ୍ୟ ଏବେ ଏହାର ସମୟସୀମାକୁ ବୃଦ୍ଧି କରାଯାଇଛି। ଆମେରିକାର ଟ୍ରମ୍ପ ପ୍ରଶାସନର ଚାପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱା ସରିଫ୍‌ଙ୍କ ସରକାର ହାଫିଜ୍‌ ସୟିଦ୍‌ ଏବଂ ଅନ୍ୟ ୪ ଜଣଙ୍କୁ ଗୃହବନ୍ଦୀ କରିଥିଲେ।  ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ  କରି ପୂର୍ବରୁ ହାଫିଜ୍‌ ଲାହୋର ହାଇକୋର୍ଟ ଯାଇଥିଲେ ମଧ୍ୟ  କୋର୍ଟ ଏହି ଆବେଦନକୁ ଖାରଜ୍‌ କରିଦେଇଥିଲେ।

Previous ArticleNext Article

Send this to a friend