ବିମାନବନ୍ଦରରେ ବୋମା ଗୁଜବ, ସେଲିବ୍ରିଟିଙ୍କୁ ମହଙ୍ଗା ପଡିଲା ମିଛ କାନ୍ଦ

model arrested

ମୁମ୍ବାଇ: ବ୍ୟାଗ୍‌ରେ ଅଛି ବୋମା । ବିମାନବନ୍ଦରରେ ଏମିତି ଏକ ଗୁଜବ ଖୁବ୍‌ ମହଙ୍ଗା ପଡିଛି ମୁମ୍ବାଇର ସେଲିବ୍ରିଟି କାଂଚନ ଠାକୁରଙ୍କ ପାଇଁ ।  ସେ ଓ ତାଙ୍କର ୩ଜଣ ବନ୍ଧୁ ସାହାର ଏୟାରପୋର୍ଟ ଟର୍ମିନାଲ୨ରେ ଆତଂକ ଖେଳେଇବା ଅଭିଯୋଗରେ ଗିରଫ ହେ।ଇଛନ୍ତି । କୌତୁହଳପୂର୍ଣ୍ଣ ଭାବେ କାଂଚନ ତାଙ୍କ ବନ୍ଧୁଙ୍କ ବ୍ୟାଗ ଭିତରେ ଏକ ବୋମା ଅଛି ବୋଲି କାନ୍ଦି କାନ୍ଦି କହିଥିଲେ ।  କଥା ପ୍ରଘଟ ହେବାରୁ ଏୟାରପେ।ର୍ଟରେ ଧାଁ ଦଉଡ ଆରମ୍ଭ ହୋଇ ଯାଇଥିଲା।  ପରିସ୍ଥିତି ଏମିତି ହୋଇଥିଲା ଯେ, ମୁମ୍ବାଇରୁ ଦିଲ୍ଲୀ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଏକ ଘଣ୍ଟା ବିଳମ୍ବରେ ଉଡାଣ ଭରିଥିଲା ।  ତେବେ ଯାଞ୍ଚ ପରେ ଜଣା ପଡିଥିଲା, ମିଛରେ ଗୁଜବ ଖେଳାଇଛନ୍ତି କାଂଚନ । ଏନେଇ କାଂଚନଙ୍କ ନାଁରେ  ୫୦୫(୧)(ବି) ଆଇପିସି ଧାରା ଅନୁସାରେ ମାମଲା ରୁଜ୍ଜୁ ହୋଇଛି । ଅଦାଲତରେ ଦେ।ଷୀ ସାବ୍ୟସ୍ତ ହେଲେ ୩ବର୍ଷ ଜେଲ ବି ଯିବାକୁ ପଡିପାରେ । ଯଦିଓ ତାଙ୍କୁ ଜାମିନ ମିଳିଯାଇଛି, ତେବେ କାଂଚନ ଓ ତାଙ୍କ ବନ୍ଧୁମାନେ ଅଦାଲତଙ୍କ ବିନା ଅନୁମତିରେ ସହର ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Previous ArticleNext Article

Send this to a friend