ଏମିତି କ’ଣ ହେଲା ଯେ, ମୋଦିଙ୍କୁ ଡରିଗଲା ପାକିସ୍ତାନ?

ନୂଆଦିଲ୍ଲୀ: ପାକିସ୍ତାନକୁ ଏକା ପାଣି ପିଆଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱ ଦରବାରରେ ଇଜ୍ଜତ ହରା ହୋଇଛି ପାକିସ୍ତାନ। ଏକଥା କହିଛନ୍ତି ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ପରଭେଜ୍ ମୁଶରଫ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଯଦି କୁଳଭୂଷଣଙ୍କୁ ଆତଙ୍କବାଦୀ ମାନିବାକୁ ନାରାଜ୍‌ ତାହେଲେ ଆମେ କାହିଁକି ଲସ୍କର-ଏ- ତୈୟବା ସଂଗଠନକୁ ଆତଙ୍କବାଦୀ କହିବା। ଦୁବାଇରେ ପାକିସ୍ତାନର ଏକ ନ୍ୟୁଜ୍‌ ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ମୁଶରଫ ଏହି କଥା କହିଛନ୍ତି।

ଏଥିରେ ତାଙ୍କୁ ପାକିସ୍ତାନର କୂଟନୀତି ସମ୍ବନ୍ଧରେ ଏକ ପ୍ରଶ୍ନର ପଚରା ଯାଇଥିଲା। ଉତ୍ତରରେ ମୁଶରଫ କହିଥିଲେ ପାକିସ୍ତାନ କୁଟନୀତି ଏବେ ନିଷ୍କ୍ରିୟ ଅବସ୍ଥା ଦେଇ ଗତି କରୁଛି। ସେଥିପାଇଁ ସେ ବିଶ୍ୱଦରବାରରେ ଧୀରେ ଧୀରେ ଅଲୋଡ଼ା  ଅଖୋଜା ହୋଇଯାଉଛି। ଏହାକୁ ନେଇ ସେ ଚ୍ୟାନେଲ୍‌କୁ ପ୍ରଶ୍ନ ମଧ୍ୟ କରିଥିଲେ । ସେ ପାଚାରିଥିଲେ ଆପଣଙ୍କୁ ଲାଗୁଛି କି ପାକିସ୍ତାନ ବିଶ୍ୱ ଦରବାରରେ କିଛି ଇଜ୍ଜତ ରହିଯାଇଛି ବୋଲି ? ଲସ୍କର-ଏ-ତୈୟବା ସଙ୍ଗଠନକୁ ଆତଙ୍କବାଦୀ ଭାବି ଆମେ ବିଶ୍ୱ ଦରବାରରେ ନିଜର ଦୁର୍ବଳତା ପ୍ରଦର୍ଶନ କରିଛେ। ଆମରି ପଡ଼ୋଶୀ ମୋଦି ସାହାବ ପାକିସ୍ତାନ ଉପରେ ଏକଲା ଟାଣୁଆ ପଡ଼ିଯାଇଛନ୍ତି। ନିଜେ ପ୍ରଥମେ ଲସ୍କର ସଂଗଠନ ଆତଙ୍କବାଦି ସଂଗଠନ ଘୋଷଣା କରି ଜାତି ସଂଘ ଓ ଆମେରିକାକୁ ମଧ୍ୟ ତାଙ୍କ ପ୍ରସ୍ତାବରେ ରାଜି କରାଇଛନ୍ତି। କିନ୍ତୁ ଆମେ କାହିଁକି ଏକଥାକୁ ସ୍ୱିକାର କରିବା ବୋଲି ମୁଶରଫ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ଶାସନ କାଳରେ ପାକିସ୍ତାନର କୁଟନୀତି ଆକ୍ରମଣାତ୍ମକ ଥିଲା କିନ୍ତୁ ଏବେ ଏହା ସ୍ଥାଣୁ ପାଲଟି ଯାଇଛି। ଲସ୍କର ତୈୟବାକୁ ଦେଶ ଭକ୍ତ କହିଛନ୍ତି ମୁଶରଫ। ଏହି ସଂଗଠନ କାଶ୍ମୀର ଓ ପାକିସ୍ତାନ ପାଇଁ ପ୍ରାଣବଳୀ ଦେଇଛନ୍ତି। ତେଣୁ ତାଙ୍କୁ ଆମେ ଆତଙ୍କବାଦୀ ସଂଗଠନ କହିବା ଆମ ଦୁର୍ବଳତା ବୋଲି ମୁଶରଫ କହିଛନ୍ତି।

Previous ArticleNext Article

Send this to a friend