ଅଯୋଧ୍ୟା ବିବାଦର ସମାଧାନ ଲାଗି ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଭେଟିଲେ ମୁସଲମାନ ପ୍ରତିନିଧି

ବେଙ୍ଗାଲୁରୁ(ଓଡିଶା ରିପୋର୍ଟର):  ଆପୋଷ ବୁଝାମଣା ଜରିଆରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଛି। ଏ ନେଇ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଭେଟିଛନ୍ତି ୬ ଜଣିଆ ମୁସଲମାନ ପ୍ରତିନିଧି ଦଳ। ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡର ମୌଲାନା ସଲମାନ ନକ୍‌ଭିଙ୍କ ନେତୃତ୍ୱରେ ବାଙ୍ଗାଲୁରୁରେ ପ୍ରାୟ ୩ ଘଣ୍ଟା ଧରି ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସହିତ ପ୍ରତିନିଧିମାନେ ଆଲୋଚନା କରିଛନ୍ତି । ଆଲୋଚନା ପରେ ମୁସଲିମ୍ ପ୍ରତିନିଧି ଦଳର ସଦସ୍ୟ କହିଛନ୍ତି, ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ଯେପରି ଅଯୋଧ୍ୟାର ସମାଧାନ ହୋଇପାରିବ, ସେ ସମ୍ପର୍କରେ ଆଲୋଚନା କରାଯାଉଛି। ବିବାଦର ସମାଧାନ ପାଇଁ ବ୍ୟାପକ ଆଲୋଚନା ହୋଇଛି। ମାର୍ଚ୍ଚରେ ଆଉ ଥରେ ଆଲୋଚନା କରାଯିବ । ଗତ ନଭେମ୍ବର ମାସରେ ବିଭିନ୍ନ ସଂଗଠନ ସହିତ ଆଲୋଚନା କରିଥିଲେ ଶ୍ରୀ ଶ୍ରୀ ରବିଶଙ୍କର। ସମସ୍ତେ ଚାହିଁଲେ ସେ ଆଲୋଚନାରେ ମଧ୍ୟସ୍ଥି ହେବାକୁ ରାଜି ବୋଲି କହିଥିଲେ।

Previous ArticleNext Article

Send this to a friend