ୟେଦ୍ୟୁରପ୍ପାଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷା: ସମୟ ସକାଳ ସାଢେ ୧୦ଟା

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପାଙ୍କ ପାଇଁ ଏବେ  ଅଗ୍ନି ପରୀକ୍ଷାର ବେଳ।  ବହୁମତ ସାବ୍ୟସ୍ତ କରିବାକୁ  ବିଧାନସଭାରେ ୧୫ଦିନ ସମୟ ମିଳିଥିଲେ ମଧ୍ୟ ଆଜି  ସୁପ୍ରିମକୋର୍ଟରେ ଦାଖଲ ହେବ ସମର୍ଥକ ବିଧାୟକଙ୍କ  ତାଲିକା ।  ଗାଦି ବଞ୍ଚାଇବାକୁ ହେଲେ ତାଙ୍କୁ ଦରକାର ଆହୁରି  ୮ଜଣ ବିଧାୟକଙ୍କ ସମର୍ଥନ । ଆଜି ସକାଳ ସାଢେ ୧୦ଟାରେ ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯଦି ସମର୍ଥକ ବିଧାୟକଙ୍କ  ତାଲିକାରେ କୌଣସି ସମସ୍ୟା ଥିବା କୋର୍ଟ ଉପଲବ୍ଧି କରନ୍ତି  ତେବେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଗାଦିଚ୍ୟୁତ ହେବାର ମଧ୍ୟ  ଆଶଙ୍କା ରହିଛି। କର୍ଣ୍ଣାଟକ ଫଳାଫଳ ଅନୁସାରେ  ନିର୍ବାଚନ ହୋଇଥିବା ୨୨୨ ଆସନରୁ ଏକକ ବୃହତ ଦଳ  ଭାବେ ବିଜେପି ପାଇଛି ୧୦୪ ଆସନ ।

ଯାହାକି ମ୍ୟାଜିକ୍  ନମ୍ବର ଠାରୁ ୮ କମ୍ । ସେହିପରି କଂଗ୍ରେସକୁ ୭୮ ଓ  ଜେଡିଏସ୍‌କୁ ମିଳିଛି ୩୭  ଆସନ। ବିଏସ୍‌ପି ଗୋଟିଏ ଓ  ଅନ୍ୟାନ୍ୟ ପାଇଛନ୍ତି ୨ଟି ସିଟ୍  ଫଳାଫଳ ଆସିବା ପରେ  କଂଗ୍ରେସ-ଜେଡିଏସ୍ ହାତ ମିଳାଇଥିବାରୁ ୟେଦ୍ୟୁରପ୍ପାଙ୍କ ପାଇଁ  ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି । ଆଉ ୮ବିଧାୟକଙ୍କ ସଂଖ୍ୟା  ବିଜେପି କେମିତି ଯୋଗାଡ଼ କରିବ ତାକୁ ନେଇ ଚାଲିଛି  ଘଡିକୁ ଘ଼ଡି କସରତ। ଆଜି କଂଗ୍ରେସ ଓ ଜେଡିଏସର  ଆବେଦନ ଉପରେ ସୁପ୍ରିମକୋର୍ଟ ସକାଳ  ୧୦ଟାରେ ପୁଣି ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି।

Previous ArticleNext Article

Send this to a friend