ଡିଫେନ୍ସ ଏକ୍ସପୋରେ ମୋଦି

ନୂଆଦିଲ୍ଲୀ: ଡିଫେନ୍ସ ଏକ୍ସପୋ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ତାମିଲନାଡ଼ୁ ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ଏକ୍ସପୋକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦି ଭାରତୀୟ ସେନାର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି।

ଭାରତ ସରକାର ନିଜ ଅଞ୍ଚଳ ଏବଂ ଦେଶବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତିା ଦେଶରେ ସ୍ୱତନ୍ତ୍ର ପ୍ରତିରକ୍ଷା ଇଣ୍ଡଷ୍ଟ୍ରିଆଲ୍ ଏକ୍ସପୋ ଗଠନ କରାଯିବ ବୋଲି ମୋଦି କହିଛନ୍ତି ।ବାୟୁ ସେନାକୁ ଶକ୍ତିଶାଳୀ କରିବା ପାଇଁ ବର୍ତ୍ତମାନ ପଦକ୍ଷେପ ନିଆଯାଉଛିା ଏହି ଆଧାରରେ ୧୧୦ଟି ନୂତନ ଯୁଦ୍ଧ ବିମାନକୁ କେନ୍ଦ୍ର ସରକାର ବାୟୁ ସେନାରେ ସାମିଲ କରିବାକୁ ଯୋଜନା କରୁଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହା ହେଉଛି ଏସିଆର ସବୁଠୁ ବଡ଼ ପ୍ରତିରକ୍ଷା ପ୍ରଦର୍ଶନୀ। ଯେଉଁଥିରେ ସ୍ଥଳ ସେନା, ବାୟୁ ସେନା ଏବଂ ନେଭିରେ  ବ୍ୟବହୃତ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରାଯିବ। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ମେକ୍ ଇନ୍ ଇଣ୍ଡିଆରେ ଭାରତରେ ନିର୍ମାଣ ହୋଇଥିବା ଅସ୍ତ୍ରଶସ୍ତ୍ରକୁ ବିଶିଷ ଗୁରୁତ୍ୱ ଦିଆଯିବ। ଚଳିତ ଥର ପ୍ରତିରକ୍ଷା ପ୍ରଦର୍ଶନୀରେ ୫ ଶହ ଭାରତୀୟ କମ୍ପାନୀ ଭାଗ ନେଇଛନ୍ତି। ଏହାସହ ୪୦ଟି ଦେଶରୁ ୧୫୦ କମ୍ପାନୀ ମଧ୍ୟ ଭାଗ ନେଇଛନ୍ତି।

Previous ArticleNext Article

Send this to a friend