କଳାଧନ ରଖିଥିବା ଲୋକଙ୍କୁ ଛଡ଼ାଯିବ ନାହିଁ: ପ୍ରଧାନମନ୍ତ୍ରୀ

narendra-modi-at-gujurat

ଅହମ୍ମଦାବାଦ: ଗୁଜୁରାଟରେ କୃଷକ ସମାବେଶରେ ଯୋଗଦେଇ ବିମୁଦ୍ରାକରଣ ପ୍ରସଙ୍ଗ ଉଠାଇବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମାବେଶକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ତାଙ୍କୁ ସଂସଦରେ କହିବାକୁ ଦେଉ ନଥିବା ବେଳେ ସେ ଜନସଭାରେ କହିବାକୁ ଉଚିତ୍‌ ମନେ କରୁଥିବା କହିଛନ୍ତି।

ବିମୁଦ୍ରାକରଣକୁ ବିରୋଧୀ ସପ୍ତାହେ ଅଟକାଇବାକୁ କହୁଥିଲେ, ତେବେ କାହିଁକି ଏପରି କହୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଟଙ୍କାର ଅଭାବ ସ୍ଥିତି ୫୦ଦିନ ମଧ୍ୟରେ ଧୀରେ ଧୀରେ ବଦଳିବ। କଳାଧନ ରଖିଥିବା ଲୋକଙ୍କୁ ଛଡ଼ାଯିବ ନାହିଁ। କାଗଜ ଟଙ୍କାର ଯୁଗ ଶେଷ ଏବଂ ଲୋକମାନେ ବ୍ୟାଙ୍କ ଓ ଏଟିଏମ୍‌ରେ ଛିଡ଼ା ହେବାର ଆବଶ୍ୟକତା ରହିବ ନାହିଁ ବୋଲି ମୋଦି ସମାବେଶରେ କହିଛନ୍ତି।

Previous ArticleNext Article

Send this to a friend