ବଲିଉଡ୍‌ ସଙ୍ଗୀତରେ ଝୁମିଲେ ଜିନ୍‌ପିଙ୍ଗ୍‌, ମୋଦି ବଜାଇଲେ ଚାଇନା ଘଣ୍ଟି

ନୂଆଦିଲ୍ଲୀ: ଚୀନ୍‌ ଆମର ଶତ୍ରୁରାଷ୍ଟ୍ର ହେଲେ ବି ଆମ ସଂସ୍କୃତି ଆମ ସାହିତ୍ୟର କ୍ରେଜ୍‌ ଅଛି ଏଠି। ଆଉ ଖାସ୍‌ ସେଇ କଥା ଜଣାଇବାକୁ ମୋଦିଙ୍କ ଉଦ୍ଦେଶ୍ୟରେ ଚୀନ୍‌ରୁ ଶୁଭିଛି ବଲିଉଡ୍‌ ସଂଗୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପେସ୍‌ ହୋଇଛି ‘ଏ ୱାଦା ରାହା’ ଚଳଚ୍ଚିତ୍ରର ମନଲୋଭା ସଙ୍ଗୀତ “ତୁ ହେ ୱହୀ ଦିଲନେ ଜିଶେ ଅପନା କାହା,,,,।  ୧୯୮୨ର ଏହି ଚଳଚ୍ଚିତ୍ରର ଗୀତଟିକୁ ଅତି ସୁନ୍ଦର ଭାବେ ଚାଇନିଜ୍‌ କଳାକାରମାନେ ପରିବେଷଣ କରିଥିଲେ। ଯାହାକୁ ଶୁଣି ମୋଦି ବିମୋହିତ ହୋଇ ଯାଇଥିଲେ। ମୋଦିଙ୍କ ସହ ଏହି ଭାରତୀୟ ସଙ୍ଗୀତର ମଜା ନେଇଥିଲେ ଜିନ୍‌ପିଙ୍ଗ୍‌। ବୁହାନ  ସହର ଥିବା  ହୁବେଇ ମ୍ୟୁଜିୟମରେ ଏକ ଇଭେଣ୍ଟରେ ଏହି ଗୀତ ଶୁଣିବାକୁ ମିଳିଥିଲା।

ଏହାପରେ ମୋଦି ଓ ଜିଙ୍ଗ୍‌ପିଙ୍ଗ୍‌ ମ୍ୟୁଜିୟମରେ ଥିବା ଐତିହାସିକ ଘଣ୍ଟିକୁ ମଧ୍ୟ ସାଙ୍ଗରେ ବଜାଇଥିଲେ। ଘଣ୍ଟିଟି ପ୍ରାୟ ୨୫୦୦ ବର୍ଷର ବୋଲି କୁହାଯାଉଛି। ଏହି ଘଣ୍ଟିକୁ  ଚୀନର  ଭାଷାରେ Bianzhong ବୋଲି କୁହାଯାଇଥାଏ। ଜିନ୍‌ପିଙ୍ଗ୍‌ ମୋଦିଙ୍କୁ  ଚୀନର ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ବିଭିନ୍ନ  ଜିନିଷ ସାମଗ୍ରୀ ଦେଖାଇଥିଲେ।   ଜିଙ୍ଗପିଙ୍ଗ୍‌ ନିଜର ସଂସ୍କୃତି ପରମ୍ପରା ବିଷୟରେ ମୋଦିଙ୍କୁ କହିଥିଲେ।

ବୁହାନ  ସହର ଥିବା  ହୁବେଇ ମ୍ୟୁଜିୟମର ଐତିହାସିକ ମହତ୍ତ୍ୱ ରହିଛି। ଏହା ଚୀନର ସାଂସ୍କୃତିକ ଇତିହାସକୁ ବହନ କରିଥାଏ। ୧୯୫୩ ମସିହାରେ ଏହି ମ୍ୟୁଜିୟମଟି ସ୍ଥାପନ କରାଯାଇଥିଲା।

Previous ArticleNext Article

Send this to a friend