ଅର୍ଥନୈତିକ ତଥା ସାମରିକ କ୍ଷେତ୍ରରେ ସିଙ୍ଗାପୁର ସହ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଚୀନକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟପ୍ ଡିପ୍ଲୋମାସି ଇଣ୍ଡୋନେସିଆ, ମାଲେସିଆ ଏବଂ ସିଂଗାପୁର  ଭଳି ରାଷ୍ଟ୍ରଙ୍କ ସହ ସାମରିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତ୍ରି-ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ସିଂଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସାମରିକ, ବାଣିଜ୍ୟିକ ଏବଂ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଦୁଇ ଦେଶ ମଧ୍ୟରେ ଅର୍ଥନେତିକ ଏବଂ  ସାମରିକ ସମ୍ପର୍କରେ ସହଯୋଗକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଉଭୟ ଦେଶର ସାମରିକ ସମ୍ପର୍କରେ ଅନେକ ଅଭିବୃଦ୍ଧି ଘଟିଛି । ସାଇବର ସିକ୍ୟୁରିଟି ଓ ଆତଙ୍କବାଦ ଦୁଇ ଦେଶ ପାଇଁ ମୁଖ୍ୟ ସଙ୍କଟ ଭାବେ ଉଭା ହୋଇଛି । ଏହା ବିରୋଧରେ ଏକାଠି ହେବାକୁ ଉଭୟ ରାଷ୍ଟ୍ର ପାଇଁ ପ୍ରମୁଖ କ୍ଷେତ୍ର ରହିଛି ବୋଲି କହିଛନ୍ତି ମୋଦି । ଭାରତ ଓ ସିଂଗାପୁର ମଧ୍ୟରେ ହେଉଥିବା ମିଳିତ ସମରାଭ୍ୟାସ ସିମ୍ବେକ୍ସ ଏକସରସାଇଜର ୨୫ ବର୍ଷ ପୂର୍ତ୍ତି ଅବସରରେ ଉଭୟ ରାଷ୍ଟ୍ରକୁ ଶୁଭେଚ୍ଛା ଦେଇଛନ୍ତି ମୋଦି ।

ଏସିଆ ମହାଦେଶରେ ସ୍ଥିରତା ଏବଂ ଶାନ୍ତି ବଜାୟ ରଖିବାକୁ ଭାରତ ଓ ସିଂଗାପୁରକୁ ମିଳିତ ଭାବେ କାମ କରିବାକୁ ପଡିବ । ଭାରତରେ ପୁଞ୍ଜି ନିବେଶ ପାଇଁ ଉଦ୍ୟୋଗୀଙ୍କ ପାଇଁ ଅନେକ ସୁଯୋଗ ରହିଛି।  ଆଗକୁ ଦୁଇ ଦେଶ ବିଭିନ୍ନ ପ୍ରସଙ୍ଗରେ ପ୍ରମୁଖ ସହଯୋଗୀ ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଭୟ ଦେଶ ପ୍ରତି ସୃଷ୍ଟି ହେଉଥିବା ଆହ୍ୱାନକୁ ମିଳିମିଶି ସମାଧାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Previous ArticleNext Article

Send this to a friend