ଆଉ ଜଣେ ହାଇପ୍ରୋଫାଇଲ ନେତ୍ରୀ ଦୋଷମୁକ୍ତ

ଅହମ୍ମଦାବାଦ:୨୦୦୨ ଗୁଜରାଟ ଦଙ୍ଗାରେ ଅଭିଯୁକ୍ତ ଆଉ ଜଣେ ହାଇପ୍ରୋଫାଇଲ ନେତ୍ରୀ ଦୋଷମୁକ୍ତ ହୋଇଛନ୍ତି। ନରୋଦା ପଟିଆ ମାମଲାରେ ପୂର୍ବତନ ବିଜେପି ମନ୍ତ୍ରୀ ମାୟା କୋଡନାନିଙ୍କୁ ନିର୍ଦୋଷ ବୋଲି କହିଛନ୍ତି ଗୁଜରାଟ ହାଇକୋର୍ଟ। ଆଗରୁ SIT କୋର୍ଟ ମାୟାଙ୍କୁ ଦୋଷୀ ସାବ୍ୟସ୍ତ କରି ୨୪ ବର୍ଷର କାରାଦଣ୍ଡାଦେଶ ଦେଇଥିଲେ।

ତେବେ ବଜରଙ୍ଗ ଦଳ ନେତା ବାବୁ ବଜରଙ୍ଗୀଙ୍କୁ ଦଣ୍ଡାଦେଶକୁ ଗୁଜରାଟ ହାଇକୋର୍ଟ କାଏମ ରଖିଛନ୍ତି।  ମୃତ୍ୟୁ ପର୍ଯ୍ୟନ୍ତ ସେ ଜେଲ୍‌ରୁ ରହିବେ ବୋଲି ଟ୍ରାଏଲ୍ କୋର୍ଟ କହିଥିଲେ। ୨୦୦୨ ଗୁଜରାଟ ଦଙ୍ଗା ବେଳେ ନରୋଦା ପଟିଆରେ ୯୭ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିଲେ। ଗୋଧ୍ରା ଟ୍ରେନ ପୋଡ଼ିର ଦିନକ ପରେ ଏହି ଜଘନ୍ୟକାଣ୍ଡ ଘଟିଥିଲା।  ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୦୧୨ରେ ସ୍ୱତନ୍ତ୍ର SIT କୋର୍ଟ ଏହି ମାମଲାରେ ମାୟା  ଓ ବାବୁ ବଜରଙ୍ଗୀଙ୍କ ସହିତ ମୋଟ ୩୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।  ଏହା  ବିରୋଧରେ ମାୟାଙ୍କ ସହିତ ବାକି ଅଭିଯୁକ୍ତମାନେ ଗୁଜରାଟ ହାଇକୋର୍ଟରେ ଅପିଲ କରିଥିଲେ।  ହାଇକୋର୍ଟରୁ ମାୟାଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ବାବୁ ବଜରଙ୍ଗୀଙ୍କ ଦଣ୍ଡାଦେଶ କାଏମ୍ ରହିଛି।

Previous ArticleNext Article

Send this to a friend