ଫେସ୍‌ବୁକ୍‌ରେ ପ୍ରେମ କାହାଣୀ ଲେଖି ପ୍ରେମିକା ଘରେ ନିଜକୁ ଗୁଳି ମାରିଲେ

ଭୋପାଳ: ବାର ବର୍ଷର ପ୍ରେମ। ପ୍ରେମିକ,ପ୍ରେମିକା ଦୁହେଁ ଜୀବନସାରା ସାଥୀ ହୋଇ ରହିବାର ସ୍ୱପ୍ନ ଦେଖିଥିଲେ। ତେବେ ସ୍ୱପ୍ନ ସତ ହେବାର ବାଟ ବନ୍ଦ ହୋଇଯାଇଥିଲା। କାରଣ ଏଥିରେ ବାଧକ ସାଜିଲେ ପ୍ରେମିକାର ଘର ଲୋକେ। ଏତେ ବର୍ଷର ଭଲ ପାଇବା ଯେ ଏପରି ରୂପ ନେବ ତାହା ପ୍ରେମିକ କେବେ ଭାବି ନ ଥିଲେ। ବୋଧହୁଏ ଆଉ କୌଣସି ବାଟ ନ ପାଇ ପ୍ରେମିକ ଏଭଳି ଏକ ଚରମ ପଦକ୍ଷେପକୁ ଆପଣାଇ ନେଇଥିଲେ। ପ୍ରେମିକାକୁ ପାଇବା ପାଇଁ ଫେସ୍‌ବୁକ୍‌ରେ ନିଜ ପ୍ରେମ କାହାଣୀ ଲେଖି ପ୍ରେମିକା ଘରେ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ଜଣକ। ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଘଟଣାଟି ଘଟିଛି ମଧ୍ୟପ୍ରଦେଶରେ। ନିଜକୁ ଗୁଳି କରିଥିବା ଯୁବକ ଜଣଙ୍କ ହେଉଛନ୍ତି ଅତୁଲ ଲୋଖଣ୍ଡେ। ସେ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ଜଣେ ସଦସ୍ୟ। ସେ ଜଳ ସେଚନ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଅଫିସର୍‌ଙ୍କ ଝିଅକୁ ଭଲ ପାଉଥିଲେ। ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ପଠାଇଥିଲେ। ମାତ୍ର ଏଥିରେ ଝିଅର ବାପା ରାଜି ନ ହୋଇନଥିଲେ। ଏହା ସହିତ  ଝିଅର ବାହାରକୁ ଯିବା ଆସିବା ବି ବନ୍ଦ କରି ଦେଇଥିଲେ। ଦିନେ ରାତିରେ ଅତୁଲ୍‌ ତାଙ୍କ ମାଆଙ୍କ ସହିତ ଯାଇ ପହଞ୍ଚିଥିଲେ ପ୍ରେମିକା ଘରେ। ଶେଷ ଥର ପାଇଁ ସେ ଝିଅର ବାପାକୁ ବାହାଘରର ପ୍ରସ୍ତାବ ଦେବାକୁ ଯାଇଥିଲେ। ସେ ଅରାଜି ହେବାରୁ ପ୍ରେମିକା ସାମ୍ନାରେ ନିଜ ମୁଣ୍ଡକୁ ଗୁଳି କରିଥିଲେ ଅତୁଲ୍‌। ପ୍ରେମିକା ଘରକୁ ଯିବା ପୂର୍ବରୁ ସେଦିନ ଅତୁଲ୍‌ ନିଜ ପ୍ରେମ କାହାଣୀକୁ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରିଥିଲେ।

Previous ArticleNext Article

Send this to a friend