ସ୍ୱାଧୀନତା ପରେ ପ୍ରଥମ ଥର ମିଳିତ ସମରାଭ୍ୟାସ କରିବେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମିଳିତ ସମରାଭ୍ୟାସ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଋଷର ଉରାଲ୍‌ ପାହାଡ଼ ନିକଟରେ ଏହି ସମରାଭ୍ୟାସ ଆୟୋଜିତ ହେବ। ଏଥିରେ ଭାରତ, ପାକିସ୍ତାନ ଓ ଚୀନ୍‌ ସମେତ ଏସ୍‌ସିଓ(SHANGHAI COOPERATION ORGANISATION)ସଙ୍ଗଠନର ସହଯୋଗୀ ଦେଶଗୁଡ଼ିକ ଭାଗ ନେବେ। ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦ ସହ ମୁକାବିଲା କରିବା ଏହାର ମୁଖ୍ୟ ଲକ୍ଷ୍ୟ ରହିବ।

ଏଥିପାଇଁ ଗତ ସପ୍ତାହରେ ବେଜିଂଠାରେ ଏସ୍‌ସିଓ ଦେଶଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କର ଏକ ବୈଠକ ହୋଇଥିଲା। ଏଥିରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ଏସ୍‌ସିଓ ହେଉଛି ଚୀନ ନେତୃତ୍ୱାଧୀନ ଏକ ମିଳିତ ରାଷ୍ଟ୍ର ସଙ୍ଗଠନ। ଏହା ଋଷିଆ, ଚୀନ, କିର୍ଗିଜ୍‌ ରିପବ୍ଲିକ, କଜାଖସ୍ତାନ, ତାଜିକ୍‌ସ୍ତାନ ଓ ଉଜ୍‌ବେକିସ୍ତାନର ରାଷ୍ଟ୍ରପତିଙ୍କ ମିଳିତ ଉଦ୍ୟମରେ ୨୦୦୧ରେ ଗଠନ ହୋଇଥିଲା। ୨୦୦୫ରେ ଭାରତ ଓ ପାକିସ୍ତାନ ଏଥିରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ୨୦୧୭ରେ ପୂର୍ଣ୍ଣ ସଦସ୍ୟତା ଗ୍ରହଣ କରିଥିଲେ। ଏହି ସଙ୍ଗଠନରେ ୪୦ ପ୍ରତିଶତ ମାନବିକତା ଓ ୨୦ ପ୍ରତିଶତ ଗ୍ଲୋବାଲ୍‌ ଜିଡିପି ପାଇଁ ଖର୍ଚ୍ଚ ହୋଇଥାଏ।

Previous ArticleNext Article

Send this to a friend