‘ନିଟ୍’ ଅଧ୍ୟାଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କଲେ ସୁପ୍ରିମକୋର୍ଟ

supremecourt

supremecourtନୂଆଦିଲ୍ଲୀ:  ମେଡିକାଲ୍‌ ପାଠ୍ୟକ୍ରମ ପାଇଁ ଏକକ ଏଣ୍ଟ୍ରାନ୍ସ ଟେଷ୍ଟ ‘ନିଟ୍‌’କୁ ସ୍ଥଗିତ ରଖିବା ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି।  ଏ ନେଇ ଆଗତ ହୋଇଥିବା ଏକ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।  ‘ନିଟ୍’ ଅଧ୍ୟାଦେଶ ଉପରେ ରହିତାଦେଶ ଜାରି କଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ ବୋଲି ସବୋର୍ଚ୍ଚ କୋର୍ଟ କହିଛନ୍ତି। ଫଳରେ ଏ ବର୍ଷ କେତେକ ରାଜ୍ୟ ଡାକ୍ତରୀ ପାଠ୍ୟକ୍ରମ ଲାଗି ନିଜସ୍ୱ ପରୀକ୍ଷା କରାଇ ପାରିବେ।

ଏହି ଆବେଦନ ଉପରେ ଛୁଟି ପରେ ପୁଣି ବିଚାର କାରାଯିବ ବୋଲି କୋର୍ଟ କହିଛନ୍ତି। ଚଳିତବର୍ଷ ନିଟ୍‌ ବଦଳରେ କେତେକ ରାଜ୍ୟ ପକ୍ଷରୁ ନଜସ୍ୱ ଏଣ୍ଟ୍ରାନ୍ସକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଏକ ଅଧ୍ୟାଦେଶ  ଆଣିଥିଲା। ଏହା ଉପରେ ଗତ ମଙ୍ଗଳବାର ରାଷ୍ଟ୍ରପତିଙ୍କ ମୋହର ଲାଗିଥିଲା। କେବଳ ଚଳିତ ବର୍ଷ ପାଇଁ ଏହି ଅଧ୍ୟାଦେଶ ଅଣାଯାଇଛି।

ମେଡିକାଲ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ସାରା ଦେଶରେ ଏକକ ପରୀକ୍ଷା କରିବା ନେଇ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଚଳିତ ମାସ ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିଟ୍‌ ହୋଇଥିବା ବେଳେ ଜୁଲାଇ ୨୪ରେ ନିଟ୍‌-୨ ଅନୁଷ୍ଠିତ ହେବ। ଉଭୟ ପରୀକ୍ଷାକୁ ମିଶାଇ ଅଗଷ୍ଟ ୧୭ରେ ରେଜଲ୍ଟ ପ୍ରକାଶ ପାଇବ।

Previous ArticleNext Article

Send this to a friend