ଚାନ୍ଦି ମଣ୍ଡପରେ ୩୫ ଜଣ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ ହେଲା ବାହାଘର; କାହାର ଜାଣିବା ପାଇଁ କ୍ଲିକ୍ କରନ୍ତୁ

wedding

ଉଦୟପୁର: ନେପାଳର ସବୁଠୁ ଧନୀ ବ୍ୟବସାୟୀ ବିନୋଦ ଚୌଧରୀଙ୍କ ପୁଅ ବରୁଣଙ୍କ ବିବାହ ସଂପନ୍ନ ହୋଇଛି। ରାଜସ୍ଥାନର ଜୟପୁରର ଅନୁଶ୍ରୀ ଟୋଙ୍ଗ୍ୟାଙ୍କ ସହିତ ତାଙ୍କର ବିବାହ ହୋଇଛି। ତେବେ ଏହି ବିବାହ ଦେଖିବା ଭଳି ଥିଲା।

ବିବାହ ମଣ୍ଡପ ପୂରା ଚାନ୍ଦିରେ ତିଆରି ହୋଇଥିଲା। ପୁଷ୍କର ଓ ବନାରସ ସମେତ ଦେଶର ଅନେକ ସହରର ୩୫ ଜଣ ବ୍ରାହ୍ମଣ ଏଥିରେ ଯୋଗ ଦେଇଥିଲେ। ସେମାନଙ୍କ ମନ୍ତ୍ର ଉଚ୍ଚାରଣରେ ମାରୱାଡି ରୀତିନୀତିରେ ଏହି ବିବାହ ହୋଇଥିଲା।

ଅତିଥିଙ୍କ ପାଇଁ ୩୦ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ଅତିଥିଙ୍କୁ ନେବା ଆଣିବା କରିବା ପାଇଁ ୫୦୦ରୁ ଅଧିକ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା। ହୋଟେଲ୍‌ରେ ୭୦୦ ରୁମ୍ ବୁକ୍ କରାଯାଇଥିଲା।

ଏହି ହାଇପ୍ରୋଫାଇଲ୍‌ ବାହାଘରରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହ, ବଲିଉଡ୍‌ ଷ୍ଟାର ସଲମାନ୍ ଖାନ୍ ଶତ୍ରୁଘ୍ନ ସିହ୍ନା ଓ ଭାରତ-ନେପାଳର ଅନେକ ବ୍ୟବସାୟୀ ସାମିଲ ହୋଇଥିଲେ।

Previous ArticleNext Article

Send this to a friend