ଆଣ୍ଠୁ ଲୁଚାଇ କଲେଜ ଆସ: ଛାତ୍ରୀଙ୍କ ଫ୍ୟାସନ୍‌ ଉପରେ ଫତୁଆ

pppp

ନୂଆଦିଲ୍ଲୀ:  ଦେହକୁ ସଂପୂର୍ଣ୍ଣ ଘୋଡାଇ ରଖିବା ଭଳି ପୋଷାକ ପିନ୍ଧ, ନହେଲେ ପୁରାଇ ଦିଆଯିବନି କଲେଜ୍‌ ଭିତରେ।  ଅଙ୍ଗ ଦେଖାଯିବା ଭଳି ପୋଷାକ ପିନ୍ଧିବା ଉପରେ କଟକଣା ଲଗାଇଛି ଆଇଆଇଟି ଦିଲ୍ଲୀ।  ‘ହିମାଦ୍ରୀ’ ଛାତ୍ରୀ ନିବାସର କର୍ତ୍ତୃପକ୍ଷ ଏଭଳି ଫତୁଆ ଜାରି କରିଛନ୍ତି।

ଏନେଇ ନୋଟିସ ବୋର୍ଡ଼ରେ ବିଜ୍ଞପ୍ତି ପ୍ରକାଶ ପାଇଛି।  ଏହି ହଷ୍ଟେଲର ଏପ୍ରିଲ ୨୦ରେ ବାର୍ଷିକ ଉତ୍ସବ ରହିଛି। ଯାହାକୁ ହଷ୍ଟେଲରେ ‘ହାଉସ ଡେ’ ନାମରେ ପାଳନ କରାଯାଉଛି।  ଏହି ଦିନ ଛାତ୍ରୀମାନେ ଶାଳୀନତା ରକ୍ଷା କରି  ଦେହକୁ ଘୋଡ଼େଇ ହେଲା ଭଳି ଡ୍ରେସ ପିନ୍ଧି ଆସିବାକୁ କୁହାଯାଛି।

ସେ ଭାରତୀୟ ହେଉକି ପାଶ୍ଚାତ୍ୟ ଫ୍ୟାସନ ହେଉ ଡ୍ରେସ କିନ୍ତୁ ସଂସ୍କାର ଧର୍ମୀ ହେବା ଜରୁରୀ ବୋଲି କୁହାଯାଇଛି।  ଏହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।  ଏଭଳି ନିୟମ ମହିଳାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି କେତେକ ଛାତ୍ରୀ କହିଛନ୍ତି। ଗତ ବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ହିନ୍ଦୁ କଲେଜରେ ଏମିତି କିଛି ନିୟମକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା।

Previous ArticleNext Article

Send this to a friend