ଆସନ୍ତାକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର

Amit-Shah-Narendra-Modi

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର ହେବ। ସକାଳ ସାଢ଼େ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍‌ରେ ୯ ଜଣ ନୂଆ ମୁହଁ ସାମିଲ ହୋଇପାରନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସମ୍ଭାବ୍ୟ ତାଲିକାରେ ଅଶ୍ୱିନୀ କୁମାର ଚୌବେ, ବୀରେନ୍ଦ୍ର କୁମାର, ଶିବ ପ୍ରତାପ ଶୁକ୍ଳା, ଗଜେନ୍ଦ୍ର ସିଂ ଶେଖାଓ୍ୱତ, ସତ୍ୟପାଲ ସିଂହ, କେ.ଜେ. ଆଲଫନ୍ସ, ଅନନ୍ତ କୁମାର ହେଗଡେ, ରାଜକୁମାର ସିଂ ଓ ହରଦୀପ ପୁରୀ। ଦୁଇ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିପାରେ। ଆସନ୍ତାକାଲି ହେବାକୁ ଥିବା ମୋଦିଙ୍କ ଏହି ବହୁ ପ୍ରତୀକ୍ଷିତ ସଂପ୍ରସାରଣ ପାଇଁ ଏପର୍ଯ୍ୟନ୍ତ ୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

ଅମିତ ଶାହଙ୍କୁ ଭେଟିଲେ ଧର୍ମେନ୍ଦ୍ର ଓ ନୀତୀନ

କେନ୍ଦ୍ର କ୍ୟାବିନେଟ୍ ଅଦଳବଦଳ ଚର୍ଚ୍ଚା ଭିତରେ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି। ସେହିପରି ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ମଧ୍ୟ ଅମିତ୍ ଶାହଙ୍କୁ ଭେଟିଛନ୍ତି। ମନ୍ତ୍ରିମଣ୍ଡଳ ଅଦବଦଳରେ ନୀତୀନଙ୍କୁ ରେଳ ବିଭାଗ ଦିଆଯିବାର ଚର୍ଚ୍ଚା ହେଉଛି। ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ଏପରି ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ଗଡ଼କରୀ।

Previous ArticleNext Article

Send this to a friend