ବାଦୁଡି ନୁହେଁ ଅନ୍ୟ କେଉଁ ଜୀବଠୁ ବ୍ୟାପୁଛି ନିପା!

ନୂଆଦିଲ୍ଲୀ: ‘ନିପା’ର ବାହାକ କିଏ ? ବାଦୁଡି ନା ଘୁଷୁରୀ? ଏମିତି କିଛି ପ୍ରଶ୍ନ ଆସି ବା ସ୍ୱାଭାବିକ୍‌। ଆଉ କିଛି ଦିନ ତଳେ ଏହି ରୋଗର ମୁଖ୍ୟ ବାହାକ ଭାବେ ମୁଣ୍ଡକୁ ଦୋଷ ନେଇଥିଲା ବାଦୁଡି। ହେଲେ ଭୋପାଲର ରାଷ୍ଟ୍ରୀୟ ଉଚ୍ଚ ସୁରକ୍ଷା ପ୍ରାଣୀ ରୋଗ ସଂସ୍ଥାନ କିଛି ଏମିତି ତଥ୍ୟ ଦେଇଛି ଯାହାକୁ ଶୁଣିଲେ ଲାଗୁଛି ବାଦୁଡି କି ଘୁଷୁରୀ ନୁହେଁ ‘ନିପା’ ସଙ୍କ୍ରମଣ ପାଇଁ ଆଉ କିଏ ଦାୟୀ । ତା ହେଲେ ସେ କାରଣଟି କ‘ଣ ?

ସୂଚନାଯୋଗ୍ୟ, ଏହି ରୋଗ ସମ୍ପର୍କରେ ଜଣାପଡିବା ପରେ ଭୋପାଲରେ ବାହୁଡିର ରକ୍ତ ନେଇ ପରୀକ୍ଷା କରାଯାଇଥିଲା। ହେଲେ ରକ୍ତ ପରୀକ୍ଷା ରିପୋର୍ଟରେ ବାଦୁଡି ରକ୍ତରେ ନିପା ଭୁତାଣୁ ନ ଥିବା ଜଣାପଡିଲା। ଅର୍ଥାତ ବାହୁଡି ଯେ, ନିପା ଭାଇରସ୍‌କୁ ସଂକ୍ରମିତ କରିବାର ମୁଖ୍ୟ ମାଧ୍ୟମ ତାହା ପ୍ରମାଣିତ ହୋଇପାରିଲା ନାହିଁ।

ନିପା ଭାଇରସ୍‌ ଦ୍ୱାରା ମୃତ୍ୟୁ ବରଣ କରିଥିବା ୨୬ ବର୍ଷୀୟ ମହମ୍ମଦ ସବିତ୍‌ଙ୍କ ମୃତ୍ୟୁ ନେଇ ଆରମ୍ଭ ହୋଇଛି ଖୋଲତାଡ୍‌। ସବିତ୍‌ ମୃତ୍ୟୁ ପୂର୍ବରୁ କେଉଁ କେଉଁ ସ୍ଥାନକୁ ଯାଇଥିଲେ ତାର ଅନୁସନ୍ଧାନ କରାଯିବ। ନିପା ଭାଇରସ୍‌ରେ ମହମ୍ମଦ ସବିତଙ୍କ ପରିବାରର ଆଉ ତିନି ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏଣୁ ମୃତ୍ୟୁର ସଠିକ୍‌ କାରଣ ଜାଣିବାକୁ ଆରମ୍ଭ ହୋଇଛି ତଦନ୍ତ।

ମହମ୍ମଦ ସବିତ ସାଉଦି ଆରବରେ ହେଲ୍‌ପର ଭାବେ କାମ କରୁଥିଲେ । ସେଠାରୁ ସେ ଭାରତ ଫେରିବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ମହମ୍ମଦ ସବିତଙ୍କ ଘର ପାଖ କୁଅରେ ବାଦୁଡିଙ୍କୁ ମୃତ ପଡିଥିବା ଦେଖି ଏହା କୁହାଯାଉଥିଲା ଯେ, ବାଦୁଡି ହିଁ ଏହି ରୋଗର ପ୍ରମୁଖ ମାଧ୍ୟମ।

ବାଦୁଡିଠାରେ ପ୍ରାୟତଃ ଏନ୍‌ଆଇବି(ନିପା) ଭାଇରସ୍‌ ମିଳିଥାଏ। ଏହି ଭାଇରସ୍ ଜୀବଜନ୍ତୁଙ୍କଠାରୁ ମଣିଷମାନଙ୍କୁ ବ୍ୟାପିଥାଏ। ତେଣୁ ବାଦୁଡିର ରକ୍ତ ସାମ୍ପୁଲ ଏବଂ ସିରମ ଦେଶର ସବୁଠୁ ବଡ ପଶୁ ଲ୍ୟାବ୍‌କୁ ପଠାଯାଇଥିଲା।  କିନ୍ତୁ ସେଠାରୁ କୌଣସି ଫଳ ସାମ୍ନାକୁ ଆସିଲା ନାହିଁ। ରକ୍ତ ପରୀକ୍ଷାର ରିପୋର୍ଟ ନେଗେଟିଭ୍‌ ଆସିଥିଲା। ବାଦୁଡ଼ିଙ୍କ ରକ୍ତ ନମୁନା ସହ ଗାଈ, ଛେଳି, ଠେକୁଆ, କୁକୁର ଓ ବିରାଡ଼ି ଆଦି ଗୃହପାଳିତ ପ୍ରାଣୀମାନଙ୍କ ରକ୍ତ ନମୁନା ପଠାଯାଇଥିଲା। ଯାହାର ରେଜଲ୍ଟ ମଧ୍ୟ ନେଗେଟିଭ୍‌ ବାହାରିଛି।

ଜଣାଇଦେଉଛୁ କେରଳରେ ଏପର୍ଯ୍ୟନ୍ତ ମୋଟ ୧୨ଜଣ ଲୋକ ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୨୦ ଜଣ ପୀଡିତ ଚିକିତ୍ସାଧୀନ ଅଛନ୍ତି।

କ’ଣ ଏହି ନିପା ଭାଇରସ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ନିପା ଏମିତି ଏକ ଭାଇରସ୍‌ ଯାହା ବାଦୁଡିଠାରୁ ମଣିଷକୁ ବ୍ୟାପିଥାଏ।  ଏବି ଭାଇରସ୍‌ର ମୁଖ୍ୟ ମାଧ୍ୟମ ହେଉଛି ଫଳ ଖାଉଥିବା ବାଦୁଡି। ଏମାନଙ୍କୁ ଫ୍ଲାଇଂ ଫୋକ୍ସ ନାଁରେ ମଧ୍ୟ ଜଣାଯାଏ।

ନିପା ଭାଇରସ୍‌ର ଲକ୍ଷଣ

ଏହାର ସାମାନ୍ୟ ଲକ୍ଷଣ ହେଉଛି ଜ୍ୱର, ମୁଣ୍ଡବ୍ୟଥା, ବେହୋସ୍‌ ହେବା ପରି ମନେ ହେବା ସହ ଗଳାରେ କିଛି ଫସିବାର ଅନୁଭବ ହେବା। ଏଥିସହ  ପେଟ ଦରଜ, ବାନ୍ତି, ଥକ୍କା ଲାଗିବା ପରି ଲକ୍ଷଣ ମଧ୍ୟ ଦେଖାଦେଇଥାଏ।

ନିପା ଭାଇରସ୍‌ରୁ କିପରି ରକ୍ଷା ପାଇବେ
୧. ବାଦୁଡି ଯୋଗୁ ନିପା ଭାଇରସ ବ୍ୟାପିଥାଏ। ତେଣୁ ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି  ତାହା ଯେମିତି  ବାଦୁଡି ସଂସ୍ପର୍ଶରେ  ନ ଆସେ ସେଥିପ୍ରତି ଧ୍ୟାନ ଦେବେ।

୨. ତାଳ ଗଛ ହାଣ୍ଡିରୁ ମଦ ପିଅନ୍ତୁ ନାହିଁ।

୩. ଏହି ରୋଗରେ ପୀଡିତ କୌଣସି ବ୍ୟକ୍ତିର ପାଖକୁ ଯାଆନ୍ତୁ ନାହିଁ। ରୋଗୀକୁ ଦେଖା କରିବା ପରେ ସାବୁନରେ ଭଲ ଭାବେ ହାତକୁ ଧୁଅନ୍ତୁ।

୪. ସାଧାରଣତଃ ଶୌଚାଳୟର ବ୍ୟବହୃତ ତଥା ବାଲ୍‌ଟି ଓ ମଗକୁ ସଫା ରଖନ୍ତୁ।

୫. ନିପା ଭାଇରସ୍‌ରୁ ମୃତ ବ୍ୟକ୍ତିର ଶରୀରକୁ ଘୋଡାଇବା ସହ ଅନ୍ତିମ ସଂସ୍କାର ସମୟରେ ଶରୀରକୁ ସ୍ନାନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

Previous ArticleNext Article

Send this to a friend