ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ: ସୁପ୍ରିମକୋର୍ଟ

aadhaar card

ନୂଆଦିଲ୍ଲୀ: ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ତେବେ ବ୍ୟାଙ୍କ ଖାତା ଖୋଲିବା ଏବଂ  ଆୟକର ଦାଖଲ କରିବା ପାଇଁ ଆଧାରକାର୍ଡ ସଂଯୋଗ ବ୍ୟବସ୍ଥାକୁ କୋର୍ଟ ରଦ୍ଦ କରିନାହାନ୍ତି। ଏହି ବ୍ୟବସ୍ଥା ପୂର୍ବପରି ଚାଲୁ ରହିବ। ନିକଟରେର ସବୁ ଯୋଜନାରେ ଆଧାରକାର୍ଡ଼ ବାଧ୍ୟତାମୂଳକ ବୋଲି ନିର୍ଦେଶ ଦେଇଥିଲେ।

ସ୍କୁଲରେର ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ଜାତିପ୍ରମାଣପତ୍ର ବାହାର କରିବା ପାଇଁ  ଆଧାରକାର୍ଡ ଜରୁରୀ ବୋଲି ସରକାର କହିଥିଲେ। ତେବେ ପୂର୍ବରୁ ଆଧାରକାର୍ଡ ସମ୍ପର୍କିତ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଏଲପିଜି ଗ୍ୟାସ ଯୋଗାଣରେ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଥିଲେ। କିନ୍ତୁ ଅନ୍ୟ ଯୋଜନା ଉପରେ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ ରାୟ ଦେଇଥିଲେ। ଏହାକୁ ଚାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ।

Previous ArticleNext Article

Send this to a friend