ତୁମେ ଉପରକୁ ଆସ ନାହିଁ…

‘ତୁମେ ଉପରକୁ ଆସ ନାହିଁ, ମୁଁ ସବୁ ସମ୍ଭାଳିଦେବି’।  ଏ ଥିଲା ଉନ୍ନିଙ୍କ ଶେଷକଥା। ଗୋଟେ ପଟେ ମୃତ୍ୟୁର ଡାକରା ଆଉ ଆରପଟେ ଆତଙ୍କବାଦୀଙ୍କୁ ନିପାତ କରିବାର ଦାୟିତ୍ୱ । ନିଜ ଟିମ୍‌ର ଲୋକଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହାରିଥିଲେ ମେଜର ସନ୍ଦିପ୍‌ ଉନିକ୍ରିଷ୍ଣନ୍‌। ବମ୍ବେ ତାଜ୍‌ ହୋଟେଲ୍‌ରେ ଆତଙ୍କବାଦ୍‌ ହାମଲାରେ ପ୍ରାଣ ହରାଇ ସହିଦ ହୋଇଥିବା ଏହି ଜବାନ୍‌ଙ୍କର ଆଜି ହେଉଛି ୪୧ତମ ଜନ୍ମଦିନ।

ମେଜର ସନ୍ଦିପ୍‌ ଉନିକ୍ରିଷ୍ଣନ୍‌ ଜନ୍ମ ହୋଇଥିଲେ ୧୫ମାର୍ଚ୍ଚ ୧୯୭୭ରେ। କେରଳର କୋଝିକୋଡେର ଏକ ଶିକ୍ଷିତ ପରିବାରରେ ଜନ୍ମ ହୋଇଥିଲେ ସନ୍ଦୀପ୍‌। ତାଙ୍କ ବାପା ଥିଲେ ISROର ଜଣେ ଅବସରପ୍ରାପ୍ତ ଅଫିସର। ୧୪ବର୍ଷ ପର୍ଯ୍ୟନ୍ତ ସନ୍ଦୀପ୍‌ ଫ୍ରାଙ୍କ ଆନ୍‌ଥୋନି ପବ୍ଲିକ୍‌ ସ୍କୁଲରେ ପଢିଲେ। ୧୯୯୫ରେ ସେ ଗ୍ରାଜୁଏସନ୍‌ ସାରିବା ପରେ ସେ ଆରମି ଜଏନ୍‌ କରିବା ପାଇଁ ସ୍ଥିର କଲେ। ପିଲାଦିନୁ ପାଠ ପଢା ଓ ଖେଳରେ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା।

୧୯୯୫ରେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ(NDA)ରେ ଯୋଗଦେଲେ। ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ପ୍ରାନ୍ତରେ ରହିବା ପରେ ତାଙ୍କୁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ପାଇଁ ଚୟନ କରାଗଲା। ଟ୍ରେନିଂ ସରିବା ପରେ ୨୦୦୭ରେ ତାଙ୍କୁ ସ୍ପେସିଆଲ୍‌ ଆକ୍ସନ୍‌ ଗ୍ରୁପ୍‌ରେ ସାମିଲ୍‌ କରାଗଲା। ତାପରେ ସେ ବଡ଼ ବଡ଼ ଅପରେସନ୍‌ରେ କାମ କଲେ।

୨୬ ନଭେମ୍ବର ୨୦୦୮ରେ ଦକ୍ଷିଣ ମୁମ୍ବାଇର ବିଭିନ୍ନ ହୋଟେଲ୍‌ରେ ଆତଙ୍କବାଦୀ ଆକ୍ରମଣ ହେଲା। ହୋଟେଲ୍‌ ତାଜ୍‌ରେ ମଧ୍ୟ ଏହି ଆକ୍ରମଣ ହୋଇଥିଲା। ପରିସ୍ଥିତି ଅସମ୍ଭାଳ ଥିଲା। ହୋଟେଲ୍‌ରେ କିଛି ଲୋକ ଫିସି ରହିଥିଲେ। ଆତଙ୍କବାଦୀଙ୍କ ଦମନ ପାଇଁ ସନ୍ଦୀପଙ୍କୁ ସେଠାକୁ ଯିବାକୁ ପଡିଲା। ସେଠାରେ ନିଜ ଟିମ୍‌ର ୧୦ଜଣ କମାଣ୍ଡୋଙ୍କ ସହ ସନ୍ଦୀପ୍‌ ହୋଟେଲରେ ପହଞ୍ଚିଥିଲେ। ଧିରେ ଧିରେ ସନ୍ଦିପ୍‌ଙ୍କ ଟିମ୍‌ର ସମସ୍ତ କମାଣ୍ଡୋଙ୍କୁ ଗୁଳି ଲାଗିଲା। କିଛି କ୍ଷତାକ୍ତ ହେଲେ । ଶେଷରେ ବଞ୍ଚି ରହିଥିଲେ ସନ୍ଦୀପ୍‌। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେ ଏକା ପାଦ ବଢାଇଲେ। ବାରମ୍ବାର ତାଙ୍କ ସାଥୀ କମାଣ୍ଡୋ ତାଙ୍କୁ ଏକା ଯିବାକୁ ମନା କରୁଥିଲେ। କିନ୍ତୁ ସେ ସମସ୍ତଙ୍କୁ ଉପରକୁ ଆସିବାକୁ ମନା କରୁଥିଲେ ଓ କହୁଥିଲେ ସେ ସବୁ ସମ୍ଭାଳି ନେବେ। ସନ୍ଦୀପ୍‌ ଆତଙ୍କବାଦୀମାନଙ୍କ ସହ ଯୁଦ୍ଧକଲେ। ସମସ୍ତ ଆତଙ୍କବାଦୀକୁ ମଧ୍ୟ ମାରିଦେଲେ। କିନ୍ତୁ ଆତଙ୍କବାଦୀଙ୍କ ଗୁଳିରୁ ସେ ନିଜକୁ ରକ୍ଷା କରିପାରିଲେ ନାହିଁ। ଆଉ ସହିଦ୍‌ ହୋଇଗଲେ।

Previous ArticleNext Article

Send this to a friend