ପେଟ୍ରୋଲ ପମ୍ପରେ ମିଳିବ ଏଲ୍‌ଇଡି ବଲବ, ଟ୍ୟୁବଲାଇଟ୍‌ ଓ ସିଲିଂ ଫ୍ୟାନ୍

petrolpump

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ପେଟ୍ରୋଲ ପମ୍ପରେ ମିଳିବ ଏଲ୍‌ଇଡି ବଲବ, ଟ୍ୟୁବଲାଇଟ୍‌ ଓ ସିଲିଂ ଫ୍ୟାନ୍। ବଲବର ମୂଲ୍ୟ ୬୫ ଟଙ୍କା ଥିବା ବେଳେ, ଟ୍ୟୁବଲାଇଟ୍‌ ୨୩୦ ଓ ଫ୍ୟାନ୍‌ ୧,୧୫୦ ଟଙ୍କା ରହିବ।  ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌, ଇଣ୍ଡିଆନ୍‌ ଅଏଲ୍‌ ଓ ଭାରତ ପେଟ୍ରୋଲିୟମ୍‌  ଏସବୁ ସାମଗ୍ରୀକୁ ଏନର୍ଜି ଏଫିସେନ୍ସି ସର୍ଭିସେସ୍ ଲିମିଟେଡ୍‌ (ଇଇଏସ୍‌ଏଲ୍‌)ରୁ ଆଣିବେ। ଏହି ସବୁ ସାମଗ୍ରୀକୁ ବିକ୍ରି କରିବା ପାଇଁ ଗତକାଲି ଏହି ସବୁ ତେଲ କମ୍ପାନୀ ସହ ଇଇଏସ୍‌ଏଲ୍‌ର ଏମ୍‌ୟୁ ସ୍ୱାକ୍ଷର ହେବାର ଥିଲା। ତେବେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅନୀଲ ମାଧବ ଦେଭେଙ୍କ ମୃତ୍ୟୁ ଖବର ଆସିବା ପରେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଏମ୍‌ଓୟୁ କରିବା ପାଇଁ ଆଉ ଏକ ତାରିଖ ରଖାଯିବ ବୋଲି କୁହାଯାଇଛି। ଏହାପରେ ଏହିସବୁ ସାମଗ୍ରୀ ପେଟ୍ରୋଲ ପମ୍ପରେ ଉପଲବ୍ଧ ହେବ।

ରିପୋର୍ଟ ଓ ଫଟୋ-ଦୈନିକ ଜାଗରଣ

Previous ArticleNext Article

Send this to a friend