ଗୋଆର ସମୁଦ୍ର କୂଳରୁ ବିଦେଶିନୀଙ୍କ ଉଲଗ୍ନ ମୃତ୍ୟୁଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

pp

ପାନାଜୀ: ଗୋଆର ଏକ ସମୁଦ୍ର କୂଳରୁ ଜଣେ ବିଦେଶୀ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ପୋଲସ୍ ସନ୍ଦେହ କରୁଛି ଯେ ବଳାତ୍କାର ପରେ ହତ୍ୟା କରି ତାଙ୍କୁ ପକାଇ ଦିଆଯାଇଛି। ମୃତ ଯୁବତୀ ଜଣଙ୍କ ଆଇରିଶ୍‌ର ବୋଲି ଜଣାପଡ଼ିଛି।

କାନାକୋନା ପୋଲିସ୍ କହିଛି ଯେ ମୃତ ଯୁବତୀଙ୍କର ପରିଚୟ ଜଣାପଡ଼ିଛି। ତାଙ୍କ ନାଁ ଡେନିୟଲ ମେକଲୋଘୀନ। ତାଙ୍କ ବୟସ ୨୮ ବର୍ଷ। ଡେନିୟଲଙ୍କ ମୃତଦେହ ଗତକାଲି  ଡେୱାବାଗର ଏଡନେମ୍‌ରୁ ମିଳିଥିଲା। ଏହା ଏକ ଶୂନ୍‌ଶାନ୍ ଅଞ୍ଚଳ। ତାଙ୍କ ମୁହଁରେ ଆଘାତ ଲାଗିଥିଲା।

ଏହି ଘଟଣା ୨୦୦୮ର ବ୍ରିଟିଶ ଯୁବତୀ ସ୍କାରଲେଟ୍ ଏଡନ୍ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ମନେ ପକାଇ ଦେଉଛି। ସେହିବର୍ଷ ଫେବ୍ରୁଆରୀ ୧୯ ତାରିଖରେ ସ୍କାରଲେଟ୍‌ଙ୍କୁ ଧର୍ଷଣ କରିବା ପରେ ହତ୍ୟା କରି ଅଂଜୁନା ବିଚ୍‌ରେ ଫୋପାଡ଼ି ଦୀଆଯାଇଥିଲା। ତାଙ୍କ ମୃତଦେହ ବି ସଂପୂର୍ଣ୍ଣ ଉଲଗ୍ନ ଭାବେ ପଡ଼ିଥିଲା।

Previous ArticleNext Article

Send this to a friend