ସଂସାର ଗଢ଼ାର ଟ୍ରେଣ୍ଡି କାହାଣୀ, ଓଡ଼ିଆ ଝିଅକୁ ଗୁଜରାଟୀ ଜ୍ୱାଇଁ

ସୁରତ(ଓଡ଼ିଶା ରିପୋର୍ଟର): “ସଜା ହୋଇଛି ବାହା ବେଦୀ। ପ୍ରସ୍ତୁତ ରହିଛି ହୋମ କୁଣ୍ଡ। ସାତ ଜନ୍ମର ସାଥୀ ହେବା ପାଇଁ ଜଣେ ଜଣକୁ ଦେଉଛି ପ୍ରତିଶ୍ରୁତି। ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ହେଉଛି ବାହାଘର। ହେଲେ ଜାଣିଛନ୍ତି, ଏଠି ଓଡିଆ ଝିଅଟିଏ କନିଆଁ ସାଜିଥିବା ବେଳେ ଗୁଜୁରାଟି ପୁଅଟିଏ ତାକୁ କୂଳବଧୂ କରି ଘରକୁ ନେବାକୁ ବସିଛି।”

ଝିଅଟିଏ ଅଜଣା ପୁଅର ହାତ ଧରି ବାହାହୁଏ। କେତେ ସ୍ୱପ୍ନରେ ଗଢାହୁଏ ସୁନ୍ଦର ସମ୍ପର୍କଟି। ହେଲେ ଭାବିଲେ ୨ ଜଣ ଯଦି ଭିନ୍ନ ଭାଷାଭାଷି ହୁଅନ୍ତି ତା ହେଲେ! ଆପଣ ଭାବୁଥିବେ ଏ ସମ୍ପର୍କ ବଡ କଷ୍ଟରେ ଗଢା ହେଉଥିବ। ଦିହେଁ ଦୁହିଁଙ୍କୁ ବୁଝିବାକୁ ଅନ୍ତତଃ ସମୟ ଲାଗୁଥିବ। ହେଲେ ଜାଣିଛନ୍ତି, ଏମିତି ବାହାଘର ଏବେ ଗୁଜୁରାଟରେ ପରମ୍ପରା ପାଲଟି ଗଲାଣି। ଏଠି ଏବେ ଓଡିଆ ଝିଅକୁ ବୋହୂ କରିବାକୁ ଆରମ୍ଭ ହୋଇଛି ନୂଆ ଟ୍ରେଣ୍ଡ। ଯାହାର ନାଁ ରହିଛି “ବେଟି ଔର୍ ରୋଟି”। ୨୦୧୩ ମସିହାରୁ ଗୁଜରାଟର ପଟ୍ଟିଦାର ଓ ଓଡ଼ିଶାର କୁଡ଼ମୀ ସମାଜ ପକ୍ଷରୁ ଏହି  ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଗତ କିଛି ବର୍ଷ ଧରି ଆରମ୍ଭ ହୋଇଥିବା “ବେଟି ଔର ରୋଟି” କାର୍ଯ୍ୟକ୍ରମରେ ଅନେକ ଓଡିଆ ଝିଅ  ଗୁଜରାଟୀ  ଘରର ବୋହୂ ସୋଜିଛନ୍ତି।  ଗୁଜରାଟର ପଟ୍ଟିଦାର ଓ ଓଡ଼ିଶାର କୁଡ଼ମୀ ସମାଜ ପକ୍ଷରୁ ଏହି  ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

୨୦୧୩ ମସିହାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ପ୍ରଥମ ବର୍ଷ ୭ ଜଣ ଝିଅଙ୍କୁ  ଗୁଜରାଟରେ ବିବାହ କରାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ବୃଦ୍ଧି ପାଇ୪୨ରେ ପହଞ୍ଚିଥିଲା। ଓଡ଼ିଶାର ମଧ୍ୟବିତ୍ତ ଓ ଗରିବ  ଶ୍ରେଣୀର ଝିଅଙ୍କୁ ବିନା କୌଣସି ଯୌତୁକରେ ଗ୍ରହଣ କରୁଛନ୍ତି ବର ପକ୍ଷ। ଯାହା ସମାଜ ପାଇଁ ଏକ ଉଦାହରଣ ପାଲଟିଛି।

Previous ArticleNext Article

Send this to a friend