ଆଇଟି ଚାକିରି: ନା… ବାବା… ନା …

employe

ବାଙ୍ଗାଲୋର: ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’ ତା’ର ୬ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏହି ପରିସଂଖ୍ୟାନ ଭାରତରେ କାମ କରୁଥିବା କର୍ମଚାରୀ ବୋଲି ଜଣାପଡ଼ିଛି। ବିଭିନ୍ନ କାରଣକୁ ନେଇ କମ୍ପାନୀ ଏଭଳି କଡ଼ାପଦେକ୍ଷପ ନେବାକୁ ସ୍ଥିର କରିଛି । ଏହି ଛଟେଇ ତାଲିକାରେ ଅଫିସର  କାମ କରୁଥିବା ସମୁଦାୟ କର୍ମଚାଙ୍କ ମଧ୍ୟରୁ  ୨.୩ ପ୍ରତିଶତ ହେବ ।

ଏହି କମ୍ପାନୀରେ କର୍ମଚାରୀ ଛଟେଇ ହେବା ଏକ ନିୟମିତ ପ୍ରିକ୍ରିୟା। ସାରା ବିଶ୍ୱରେ ଉକ୍ତ କମ୍ପାନୀର ଥିବା କାର୍ଯ୍ୟାଳୟରେ ୨,୬୦,୨୦୦ ଜଣ କର୍ମଚାରୀ କାମ କରୁଛନ୍ତି। ସେଥିରୁ ଭାରତରେ ଥିବା କାର୍ଯ୍ୟାଳୟରେ ୧,୮୮,୦୦୦ ଜଣ କାମ କରୁଛନ୍ତି। କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ କର୍ମଚାରୀଙ୍କ ପ୍ରଦର୍ଶନକୁ ନେଇ ଏମିତି ନିଷ୍ପତ୍ତି ନିଆଯାଇଥାଏ। ଆମେ ପ୍ରତିବର୍ଷ କର୍ମଚାରୀଙ୍କ ଦକ୍ଷତାକୁ ଅନେଇ ଅନୁଧ୍ୟାନ କରିଥାଉ। ସେହି ଅନୁଯାୟୀ ଦୁର୍ବଳ ପ୍ରଦର୍ଶନ ଥିବା କର୍ମଚାରୀଙ୍କୁ ଅପସାରଣ କରାଯାଇଥାଏ ବୋଲି ସେ କହିଛନ୍ତି । ଏହି କମ୍ପାନୀର ମୁଖ୍ୟକାର୍ଯ୍ୟାଳୟ ଆମେରିକାରେ ଥିବା ବେଳେ ଏହାର ଶାଖା କାର୍ଯ୍ୟାଳୟ ସମଗ୍ର ବିଶ୍ୱରେ ରହିଛି।

Previous ArticleNext Article

Send this to a friend