ସୀମାରେ ରେଞ୍ଜର୍ସଙ୍କୁ ହଟାଇ ସେନାର ଯବାନଙ୍କୁ ମୁତୟନ କଲା ପାକିସ୍ତାନ 

bsf_soldiers

ଜମ୍ମୁ: ଭାରତ-ପାକ୍‌ ସୀମାରେ ବଢ଼ୁଥିବା ବିବାଦ ମଧ୍ୟରେ ପାକିସ୍ତାନ ଅନ୍ତଜାର୍ତୀୟ ସୀମାରେ ନିଜର ରେଞ୍ଜର୍ସଙ୍କୁ ହଟାଇ ସେନାର ଯବାନମାନଙ୍କୁ ମୁତୟନ କରିଛି। ଖବର ମୁତାବକ ଅନ୍ତରାଷ୍ଟ୍ରୀୟ ସୀମାର ୧୯୦ କିମି ମଧ୍ୟରେ ପାକ୍‌ ରେଞ୍ଜର୍ସ ପରିବର୍ତ୍ତେ ପାକ୍‌ ଯବାନଙ୍କୁ ହାତହତିଆର ସହ ମୁତୟନ କରିଛି। ସୀମାରେ ଏପରି ପରିବର୍ତ୍ତନର ଖବର ବିଏସଏଫ ସୂତ୍ରରୁ ମିଳିଛି। କିନ୍ତୁ ପାକିସ୍ତାନ ଯବାନମାନେ ରେଞ୍ଜର୍ସଙ୍କ ଶିବିରଗୁଡ଼ିକୁ ନିଜ ଅକ୍ତିଆରକୁ ନେଇ ସାରିଲେଣି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।

ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ପରେ ସୀମାରେ ଲଗାତାର ବିବାଦ ଜାରି ରହିଛି।

Previous ArticleNext Article

Send this to a friend