ପାକିସ୍ତାନ:ବିଷାକ୍ତ ଖାଦ୍ୟ ଖାଇ ୧୮୦ ଶିଶୁ ଅସୁସ୍ଥ

islamabad

ଇସଲାମବାଦ: ବିଷାକ୍ତ ଖାଦ୍ୟ ଖାଇ ପାକିସ୍ତାନର ଏକ ଅନାଥଶ୍ରମର ୧୮୦ ଶିଶୁ ଅସୁସ୍ଥ ହୋଇପଡିଛନ୍ତି। ଜଳଖିଆ ଖାଇବା ପରେ ଶିଶୁମାନଙ୍କ ପେଟ ଦରଜ ହୋଇଥିଲା। କିଛି ଶିଶୁ ଚେତାଶୂନ୍ୟ ହୋଇପଡିଥିଲେ ଓ ଆଉ କିଛି ଶିଶୁ ବାନ୍ତି କରିଥିଲେ। ଏହାପରେ ସେମାନଙ୍କୁ ପାକିସ୍ତାନର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ପିଆଇଏମଏସ୍)ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ଶିଶୁମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଇଥିଲା। ଏହି କାରଣରୁ ଶିଶୁମାନେ ଅସୁସ୍ଥ ହୋଇପଡିଥିଲେ। ଅନ୍ୟପକ୍ଷରେ ପାକିସ୍ତାନର ସ୍ୱିଟ୍ ହୋମର ସଂରକ୍ଷକ ଜାମୁରଦ୍ ଖାଁ କହିଛନ୍ତି ଅନାଥ ଶିଶୁ ମାନଙ୍କୁ କୁପୋଷଣର ଶିକାର ହୋଇ ନାହାନ୍ତି। ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମ୍ୟାନେଜମେଣ୍ଟ ସବୁବେଳେ ଚେଷ୍ଟା କରିଥାଏ।

Previous ArticleNext Article

Send this to a friend