କାହିଁକି ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ? ଜାଣନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ

jamu

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି। ଏପରି ଅସ୍ତ୍ରବିରତ ଉଲ୍ଲଂଘନ ବହୁ ଗଣା ବଢ଼ିଯାଇଛି। ଯାହା ଭାରତ ସମେତ ସାରା ବିଶ୍ୱକୁ ଚକିତ କରୁଛି। କାହିଁକି ପାକିସ୍ତାନ ଏପରି କରୁଛି ? ଏହା ପଛରେ କ’ଣ କାରଣ ରହିଛି, ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ତେବେ ଏପରି ଅସ୍ତ୍ରବିରତି ଉଲ୍ଲଂଘନ ପଛରେ ପାକିସ୍ତାନର ଏକ ଗୁମର ଲୁଚି ରହିଛି। ରିପୋର୍ଟ ଅନୁସାରେ, ଆଗକୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନକୁ ୪ ମାସ ବାକି ରହିଛି। ଏହି ନିର୍ବାଚନରେ ପାକିସ୍ତାନର ତତ୍‌କାଳୀନ ସରକାର ନିଜର ବିଫଳତା ଲୁଚାଇବା ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରି ଲୋକଙ୍କ ଧ୍ୟାନ ମୂଳ ପ୍ରସଙ୍ଗରୁ ହଟାଇବାକୁ ଚେଷ୍ଟା କରୁଛି।

ନିୟନ୍ତ୍ରଣ ରେଖାରେ ପାକିସ୍ତାନର ଏପରି କାର୍ଯ୍ୟ କିଛି ନୂଆ ହୋଇ ନ ଥିଲେ ମଧ୍ୟ ଅସମ୍ମାନ୍ୟ ଲାଗୁଛି। କାରଣ ଗୋଟିଏ ମାସରେ ପାକିସ୍ତାନ ୨୪୦ ଥର  ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଯାହା ଗତ କିଛିବର୍ଷର  ଅସ୍ତ୍ରବିରତି ଉଲ୍ଲଂଘନ ପ୍ରତିଶତ ଠାରୁ ଢେର ଅଧିକ।

କେଉଁ ମସିହାରେ କେତେଥର ପାକିସ୍ତାନ ଅସ୍ତ୍ର ଅସ୍ତ୍ରବିରତି ଉଲ୍ଲଂଘନ

୨୦୧୫ ମସିହାରେ ପାକିସ୍ତାନ ୧୫୨ଥର ଅସ୍ତ୍ର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

୨୦୧୬ ମସିହାରେ ୨୨୮ଥର ଅସ୍ତ୍ର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଗତବର୍ଷ ୪ ଗୁଣରୁ ଅଧିକ ଅର୍ଥାତ ୮୬୦ ଥର ଅସ୍ତ୍ର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଗତ ଏକମାସ ୫ ଦିନରେ ପାକିସ୍ତାନ ୨୪୦ ଥର ଅସ୍ତ୍ର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନର ମୁହଁତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ। ଏହା ପରେ ବି ପାକିସ୍ତାନ ତା’ର କାର୍ଯ୍ୟକଳାପ ବନ୍ଦ କରୁନାହିଁ।

ରିପୋର୍ଟ ଅନୁସାରେ ପାକିସ୍ତାନରେ ତତ୍‌କାଳୀନ ସରକାରଙ୍କ ସ୍ଥିତି ଭଲ ନାହିଁ। ସର୍ଭେରୁ ଜଣାପଡ଼ିଛି ଭୋଟ ଶାସକ ଦଳ ବିରୋଧରେ ଯିବ। ଶାସକ ଦଳକୁ ୩୪ ପ୍ରତିଶତ ଭୋଟ ମଧ୍ୟ ମିଳିବ ନାହିଁ। ଅନ୍ୟପକ୍ଷରେ ଗତ ନିର୍ବାଚନ ତୁଲନାରେ ୪ ପ୍ରତିଶତ ଭୋଟ ଶାସକ ଦଳ ବିରୋଧରେ ଯାଇପାରେ।

ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ପ୍ରଚାର ଜୋର ଚାଲିଛି। କିନ୍ତୁ ଶାସକ ଦଳ ନିଜ ବିଫଳତା ଲୁଚାଇବାକୁ ସୀମାରେ ଅଶାନ୍ତି ସୃଷ୍ଟି କରୁଛି।

Previous ArticleNext Article

Send this to a friend