ନିଜ ଝିଅକୁ କୋଳରେ ଧରି ଟିଭିରେ ନ୍ୟୁଜ୍ ପଢ଼ିଲେ ଆଙ୍କର: କାରଣ ଜାଣିଲେ ଆପଣ ବି ପ୍ରଶଂସା କରିବେ

pakistan

ନୂଆଦିଲ୍ଲୀ: ‘ନିର୍ଭୟା’ ବଳାତ୍କାର ଘଟଣା ଆପଣମାନେ ଭୁଲି ନଥିବେ। ଏ ଘଟଣାରେ ପୂରା ଦେଶ ଏକ ହୋଇଯାଇଥିଲା ଓ ‘ନିର୍ଭୟା’ର ପରିବାରକୁ ନ୍ୟାୟ ଦେବା ପାଇଁ ସ୍ୱର ଉତ୍ତୋଳନ କରିଥିଲା। ଏବେ ଏମିତି କିଛି ଘଟିଛି ପାକିସ୍ତାନରେ। ସେଠାରେ ଜଣେ ୮ ବର୍ଷର ଝିଅକୁ ଅପହରଣ ପରେ ବଳାତ୍କାର କରାଯାଇଛି। ଏ ଘଟଣାକୁ ନେଇ ପୂରା ପାକିସ୍ତାନରେ ଆକ୍ରୋଶ ଦେଖାଯାଇଛି। ଅପରାଧୀକୁ ଅତିଶୀଘ୍ର ଧରି କଠିନରୁ କଠିନ ଦଣ୍ଡ ଦେବା ପାଇଁ ଦାବି ହେଉଛି। ଝିଅଟିକୁ ନ୍ୟାୟ ଦେବା ପାଇଁ ପୂରା ଦେଶ ଏକ  ହୋଇଛି। ରାଜରାସ୍ତାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ସବୁଠି ନ୍ୟାୟ ଦାବି ହେଉଛି। ପାକିସ୍ତାନର ଗଣମାଧ୍ୟମ ମଧ୍ୟ ଏଥିରେ ସାମିଲ ହୋଇଛି। ଜଣେ ଟେଲିଭିଜନ ଆଙ୍କର ଏ ଘଟଣାକୁ ନେଇ ଏମିତି କିଛି କରିଛନ୍ତି ଯାହା ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି। ସେ ଲାଇଭ ବୁଲେଟିନ୍‌ରେ ନିଜ ଝିଅକୁ କୋଳରେ ବସାଇ ନ୍ୟୁଜ୍ ପଢ଼ିଥିଲେ। ଏହି ନ୍ୟୁଜ୍ ଆଙ୍କର ଜଣଙ୍କ ପାକିସ୍ତାନର ‘ସମା ନ୍ୟୁଜ୍ ଚ୍ୟାନେଲ୍‌’ର। ତାଙ୍କର ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି। ଜଣେ ନ୍ୟୁଜ୍ ଆଙ୍କର ଭାବେ ନୁହେଁ, ବରଂ ଜଣେ ମା’ ଭାବେ ସେ ଏହି ଘଟଣାକୁ ଉପସ୍ଥାପିତ କରିଛନ୍ତି। ତାଙ୍କର ପ୍ରତିଟି ଶବ୍ଦ, ପ୍ରତିଟି ବାକ୍ୟ ବାଧ୍ୟ କରୁଛି ଏହା ଭାବିବାକୁ ଯେ ସତରେ କ’ଣ ଏ ପୃଥିବୀରୁ ମାନବିକତା ମରିଯାଉଛି। ଭାରତରେ ତାଙ୍କର ଏଭଳି ପ୍ରତିବାଦକୁ ବହୁତ ପ୍ରଶଂସା କରାଯାଇଛି। ଭିଡିଓଟିକୁ ଦେଖନ୍ତୁ:

ଅଳିଆ ଗଦାରୁ ମିଳିଲା ମୃତଦେହ

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନର କାସୁରରେ ୮ ବର୍ଷର ଝିଅ ଜୈନବକୁ ଅପହରଣ କରାଯାଇଥିଲା। କିଛି ଦିନ ପରେ ତାର ମୃତଦେହ ଏକ ଅଳିଆଗଦାରେ ପଡ଼ିଥିଲା। ଯେତେବେଳେ ଏ ଘଟଣା ଘଟିଲା ଝିଅଟିର ବାପାମା’ ସାଉଦି ଆରବରେ ଥିଲେ।

Previous ArticleNext Article

Send this to a friend