ପାକିସ୍ତାନରେ ରହସ୍ୟମୟ ବ୍ୟାନର: ରାଶିଲ ସରିଫଙ୍କୁ ନିର୍ବାଚନ ଲଢିବାକୁ ଆହ୍ୱାନ

raheel-sharif

ରାୱଲପିଣ୍ଡ: ପାକିସ୍ତାନର ରାୱଲପିଣ୍ଡ ସହରରେ ଆଜି ଏକ ରହସ୍ୟମୟ ବ୍ୟାନର ଦେଖିବାକୁ ମିଳିଥିଲା। ଏକ ବିଦ୍ୟୁତ୍‌ ଖୁଣ୍ଟରେ ଟଙ୍ଗା ଯାଇଥିବା ଏହି ବ୍ୟାନରରେ ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ ରାଶିଲ ସରିଫ ନିର୍ବାଚନ ଲଢିନ୍ତୁ ବୋଲି ଦାବି କରାଯାଇଛି।

ପାକିସ୍ତାନ ଆଇନ ଅନୁସାରେ କୌଣସି ବ୍ୟକ୍ତି ସରକାରୀ ଚାକିରିରୁ ଅବସର ନେବାର ୨ ବର୍ଷ ପରେ ନିର୍ବାଚନ ଲଢି ପାରିବେ। ବ୍ୟାନରେ ୨୦୧୮ ନିର୍ବାଚନରେ ସରଫି ଲଢିବାକୁ ଦାବି କରାଯାଇଛି। ବ୍ୟାନରେ ଉଲ୍ଲେଖ କରାଯାଇଛି, “ଜେନେରାଲ ସରିଫଙ୍କ ପାଇଁ ଏହି ଆଇନରେ ପରିବର୍ତ୍ତନ କରାଯାଉ ଏବଂ ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଉ। ଏହାଦ୍ୱାରା ସେନା ଓ ସରକାରଙ୍କ ମଧ୍ୟରେ ଥିବା ଅସନ୍ତୋଷ ହ୍ରାସ ପାଇବ।”

Previous ArticleNext Article

Send this to a friend