ଭାରତରେ ଲଞ୍ଚ ହେଲା Panasonic Eluga Ray 550, ଜାଣନ୍ତୁ କ’ଣ ରହିଛି ସୁବିଧା

panasonic

Panasonic Eluga Ray 550 ଭାରତରେ ଲଞ୍ଚ ହୋଇଯାଇଛି। କମ୍ପାନୀ ଏହାକୁ ନିଜର ପ୍ରଥମ ‘Big View Display’ (୧୮.୯ ରେସିଓ) ବାଲା ସ୍ମାର୍ଟଫୋନ୍‌ ବୋଲି କହିଛି। ଏହାର ମୂଲ୍ୟ ୮,୯୯୯ ଟଙ୍କା ରଖାଯାଇଛି। ଫ୍ଲିପ୍‌କାର୍ଡରୁ ଏହାକୁ କିଣି ପାରିବେ। ଏହାର ବିକ୍ରି ଆସନ୍ତା ୫ ତାରିଖରୁ ଆରମ୍ଭ ହେବ। କମ୍ପାନୀ ବଜାରକୁ ବ୍ଲାକ, ବ୍ଲ୍ୟୁ ଓ ଗୋଲ୍ଡ କଲରରେ ଏହି ଫୋନ ବଜାରକୁ ଛାଡିଛି। ଏହି ସ୍ମାର୍ଟଫୋନକୁ Redmi 5 ସହ ତୁଳନା କରାଯାଉଛି।

କ’ଣ ରହିଛି

ଡୁଆଲ ସିମ୍‌ ସପୋର୍ଟ ବାଲା Panasonic Eluga Ray 550 ଆଣ୍ଡ୍ରୁଆଡ 7.0 Nougat ରେ ଚାଲୁଛି। ଏଥିରେ 2.5D କୋର୍ଡ ଗ୍ଲାସ ସହ 5.7 ଇଞ୍ଚ HD+ (720×1440 pixels) IPS ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ 3GB Ram ସହ 1.3GHz Quad-core MediaTek, MT6737H ପ୍ରୋସେସର ଦିଆଯାଇଛି।

ରିୟରରେ LED flash ସହ 13 ମେଗାଫିକ୍ସେଲ କ୍ୟାମେରା ଦିଆଯାଇଛି। ଫ୍ରଣ୍ଟରେ LED flash ସହ 8 ମେଗାଫିକ୍ସେଲ କ୍ୟାମେରା ରହିଛି। ଏହି ସ୍ମାର୍ଟଫୋନରେ ଇଣ୍ଟରନାଲ ମେମୋରୀ 32GB ରହିଛି। ଯାହାକୁ 128GB ପର୍ଯ୍ୟନ୍ତ ବଢ଼ାଯାଇ ପାରିବ।

ଏଥିରେ 4G VoLTE, Wi-Fi 802.11 b/g/n, Bluetooth v4.1, GPS/ A-GPS, FM radioMicro-USB port ରହିଛି। ଏହାର ରିୟରରେ ଫିଙ୍ଗରପ୍ରିଣ୍ଟ ସେନ୍‌ସର ରହିଛି। ଏହାର ବ୍ୟାଟେରୀ 3250mAh

Previous ArticleNext Article

Send this to a friend