ପ୍ରଥମ ପ୍ରବାସୀ ସାଂସଦ ସମ୍ମିଳନୀକୁ ଉଦ୍‌ଘାଟନ କଲେ ମୋଦି

modi

ନୂଆଦିଲ୍ଲୀ: ପ୍ରଥମ ପ୍ରବାସୀ ସାଂସଦ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଦେଶର ଆର୍ଥିକ ପ୍ରଗତି ଏବଂ ବିକାଶକୁ ନେଇ ଅଭିଭାଷଣ ରଖିଥିଲେ ମୋଦି। ସେ କହିଛନ୍ତି,“ନିବେଶକଙ୍କ ପାଇଁ ଉପଯୁକ୍ତ କ୍ଷେତ୍ର ସୃଷ୍ଟି କରାଯାଇଛି। ପ୍ରଯୁକ୍ତିବିଦ୍ୟା ଏବଂ ପରିବହନ କ୍ଷେତ୍ରରେ ଅଧିକରୁ ଅଧିକ ବିନିଯୋଗ ପାଇଁ ସରକାର ସର୍ବଦା ଚେଷ୍ଟା କରୁଛନ୍ତି।  ବିଗତ ତିନିବର୍ଷ ମଧ୍ୟରେ ଦେଶର ପ୍ରଗତିକୁ ବିଶ୍ୱ ବ୍ୟାଙ୍କ ସହ ବିଭିନ୍ନ ରେଟିଂ ଏଜେନ୍ସି ଦ୍ୱାରା ଏହାକୁ ସ୍ୱୀକୃତି ବି ମିଳିଛି। ଏହାଛଡ଼ା ଅନ୍ୟଦେଶର ବିପଦ ଆପଦରେ ଭାରତ ସବୁବେଳେ ସାହାଯ୍ୟର ହାତ ବଢ଼ାଇଛି। ନେପାଳ, ମାଳଦ୍ୱୀପ ଏବଂ ଶ୍ରୀଲଙ୍କାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ଭାରତର ସାହାଯ୍ୟ ଉଲ୍ଲେଖନୀୟ।”

ବିଶ୍ୱର ୨୩ ଦେଶର ୧୪୦ରୁ ଅଧିକ ଭାରତୀୟ ବଂଶଭବ ନେତା ଓ ଉଚ୍ଚପଦସ୍ତ ଅଧିକାରୀ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି।

Previous ArticleNext Article

Send this to a friend