ପ୍ରତିରକ୍ଷା ବନାମ ପତଞ୍ଜଳି:ରାମଦେବଙ୍କ ଅମଲା ଜୁସ୍‌କୁ ଫେରାଇ ଦେଲା ଆର୍ମି କ୍ୟାଣ୍ଟିନ

patanjali

ନୂଆଦିଲ୍ଲୀ:ଆର୍ମି କ୍ୟାଣ୍ଟିନରୁ ହଟିଲା ପତଞ୍ଜଳି ଅମଲା ଜୁସ୍‌। ଯବାନଙ୍କ ଉଦେଶ୍ୟରେ ରିହାତି ମୂଲ୍ୟରେ ସିଏସ୍‌ଡି କ୍ୟାଣ୍ଟିନରେ ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଇଥାଏ। ତେବେ ପତଞ୍ଜଳି ଅମଲା ଜୁସ୍‌ରେ ସ୍ବାଦ ନ ଥିବା ଏବଂ ନିମ୍ନମାନର ଅଭିଯୋଗ ଉଠିବା ପରେ ଏହି ଜୁସ୍‌କୁ ହଟାଇ ଦିଆଯାଇଛି। କୋଲକତାରେ ଥିବା ଜନସ୍ବାସ୍ଥ୍ୟ ବିଭାଗ ଲାବରଟାରୀକୁ  ଯାଞ୍ଚ ପାଇଁ ନମୁନା ପଠାଯାଇଥିଲା। ପରେ ଏହି ଜୁସ୍‌ର ସ୍ବାଦ ନ ଥିବା ଜଣାପଡ଼ିଥିଲା।

ସଙ୍ଗେ ସଙ୍ଗେ ଏହି ଜୁସ୍‌କୁ ବନ୍ଦ କରାଯାଇଥିଲା। ସେହିପରି ଏ ପ୍ରସଙ୍ଗରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ପତଞ୍ଜଳୀ କମ୍ପାନୀକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ୨୦୦୯ ଏହି ଜୁସ୍‌କୁ ସବୁଠୁ ଭଲ ପ୍ରଡକ୍ଟ ବୋଲି ଉତ୍ତରାଖଣ୍ଡର ଆୟୁସ ବିଭାଗ ପ୍ରମାଣପତ୍ର ଦେଇଥିଲା। ଅନ୍ୟପକ୍ଷରେ ପତଞ୍ଚଳି କମ୍ପାନୀର ମାଲିକ ତଥା ଯୋଗ ଗୁରୁ ବାବା ରାମଦେବ ଉତ୍ତରାଖଣ୍ଡ ସରକାରଙ୍କୁ ଦୋଷ ଦେଇଛନ୍ତି।  କହିଛନ୍ତି ସରକାର ଜାଣିଶୁଣି ତାଙ୍କ ପ୍ରଡକ୍ଟକୁ ବଦନାମ କରୁଛନ୍ତି।

Previous ArticleNext Article

Send this to a friend