ପଠାନକୋଟ ନିକଟରୁ ପାକିସ୍ତାନୀ ନାଗରିକ ଗିରଫ

border_

ପଠାନକୋଟ: ଭାରତ-ପାକିସ୍ତାନ ସୀମାର ପଠାନକୋଟର ବାମିୟାଲ ଅଞ୍ଚଳରୁ ଆଜି ବିଏସଏଫ୍ ଯବାନମାନେ ଜଣେ ପାକିସ୍ତାନୀ ନାଗରିକକୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତିଙ୍କ ନାଁ  ମହମ୍ମଦ ଶେଖ୍ (୪୦) । ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ବୋଲି ଜଣାପଡ଼ିଛି। ଗିରଫ ମହମ୍ମଦ ପାଖରୁ ୨୩୦୦ ଟଙ୍କାର ପାକିସ୍ତାନୀ ମୁଦ୍ରା, ଏକ ପାକିସ୍ତାନୀ ଚେକ୍‌ବୁକ୍  ଓ ଏକ ଜୀବନ୍ତ ଗୁଳି ଜବତ କରାଯାଇଛି।  ତାକୁ ପୋଲିସ୍ ଜେରା କରୁଛି।

ଚଳିତବର୍ଷ ଜାନୁୟାରୀ ୨ ତାରିଖରେ ପଞ୍ଜାବର ପଠାନକୋଟ ସ୍ଥିତ ଭାରତୀୟ ବାୟୁସେନାର ଏୟାରବେସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।  ପାକିସ୍ତାନରୁ  ଆସିଥିବା ୬ ଆତଙ୍କୀ ଏହି  ଆକ୍ରମଣ କରିଥିଲେ । ତିନି ଦିନର ଅପରେସନ୍ ପରେ  ୬ ଆତଙ୍କୀ ନିହତ ହୋଇଥିଲେ।  ଏଥିରେ ୭ଜଣ ଯବାନ ଶହୀଦ ହୋଇଥିଲେ।

Previous ArticleNext Article

Send this to a friend