ଦୁନିଆ ଦେଖିବା ଆଗରୁ ଭୋଗିଲେ ଯୁଦ୍ଧର ଘନଘଟା: ଏସବୁ ଫଟୋ ଦେଖିଲେ ଥରି ଉଠିବ ହୃଦୟ

ନୂଆଦିଲ୍ଲୀ: ଅଶାନ୍ତ ସିରିଆ। କେତେବେଳେ ବିସ୍ଫୋରଣ ତ କେତେବେଳେ ମିଶାଇଲ ଓ ଗୁଳିମାଡ଼ ଓ କେତେବେଳେ ପୁଣି ରାସାୟନିକ ଗ୍ୟାସ ପ୍ରୟୋଗ।  ଏହିପରି କିଛି ଘଟଣା ସିରିଆରେ ନିତିଦିନିଆ କଥା ହୋଇଗଲାଣି। ଧୀରେ ଧୀରେ ସୋସିଆଲ ମିଡ଼ିଆରେ ସିରିଆ ପରିସ୍ଥିତିର ଅଧିକରୁ ଅଧିକ ଫଟୋ ଓ ଭିଡ଼ିଓ ଆସିବାରେ ଲାଗିଛି। ଯାହା ଦେଖିଲେ ଆପଣଙ୍କ ଦେହ ଥରି ଉଠିବ। ଯୁଦ୍ଧର ପରିଣତି ଯେ କେତେ ଭୟଙ୍କର ହୋଇଥାଏ ତାହା ଏ ଚିତ୍ର ସବୁରୁ ସ୍ପଷ୍ଟ ହୋଇଯାଉଛି।

ଗତ ଶନିବାର ସିରିଆର ଡୌମା ସହରରେ ରସାୟନିକ ଅସ୍ତ୍ର ପ୍ରୟୋଗ କରାଯାଇଥିଲା। ଏଥିରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ କେତେକ ଲୋକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ କିଛି ଛୋଟ ପିଲା ଥିଲେ। ଏହାର କିଛି ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ହୁଏତ ଆପଣଙ୍କ ହୃଦୟ ଥରି ଉଠିବ। ଯେଉଁମାନେ ଭଲରେ ଦୁନିଆ ଦେଖିନାହାଁନ୍ତି ଓ ଦୁନିଆ ବିଷୟରେ କିଛି ଜାଣିନାହାଁନ୍ତି, ସେମାନେ ଏଥିରେ ଶିକାର ହୋଇଛନ୍ତି।

ବାପା ମାଆ ନିଜର ଶିଶୁକୁ ବିଷାକ୍ତ କେମିକାଲ୍ସ କବଳରୁ ବଞ୍ଚାଇବା ପାଇଁ ପ୍ରାଣପଣେ ଲାଗିପଡ଼ିଛନ୍ତି। କେଉଁଠି ପିଲାଟିକୁ ସ୍ପ୍ରେ ପ୍ରୟୋଗ କରାଯାଉଛି ତ କେଉଁଠି ପିଲାଟର ଜୀବନ ବଞ୍ଚାଇବାକୁ ରକ୍ଷା କରିବା ମାସ୍କ ଲଗାଉଛନ୍ତି। ଏଭଳି  କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ଆପଣଙ୍କ ପାଟିରୁ ଆହାଃ ବୋଲି ଶବ୍ଦ ବାହାରି ଆସିବ।

ସିରିଆରେ ଆକ୍ରମଣ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ  ଏହି ରାସାୟନିକ ଅସ୍ତ୍ର ଆକ୍ରମଣରେ ୫୦୦ରୁ ଅଧିକ ଆହତ ହୋଇଛନ୍ତି।  ସେମାନଙ୍କୁ ମେଡିକାଲ କ୍ୟାମ୍ପ କରାଯାଇ ଚିକିତ୍ସା କରାଯାଉଛି। ସେଥିରେ  ବିଷାକ୍ତ କେମିକାଲ୍ସ ଏକ୍ସପୋଜରର ଲକ୍ଷଣ ଥିବା ଜଣାପଡ଼ିଛି।

ଏହି ବିଷାକ୍ତ କେମିକାଲ୍ସ ଦ୍ୱାରା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ନିଃଶ୍ୱାସ ପ୍ରଶ୍ୱାସ ଅସୁବିଧା, ଦେହରୁ ଛାଲ ଉଠିବା, ଏହାସହ ମସ୍ତିଷ୍କ  ଉପରେ ପ୍ରଭାବ ରହିବା ଭଳି ଲକ୍ଷଣ ଦେଖାଦେଇଥାଏ। ସରୀନ ନାମକ ଗ୍ୟାସ ମଧ୍ୟ ପ୍ରୟୋଗ ଦ୍ୱାରା ଏହି ସମସ୍ୟା ଦେଖାଦେଇଥାଏ।

 କେମିକାଲ୍ସ ଅସ୍ତ୍ର ପ୍ରୟୋଗ ଦ୍ୱାରା ବିଶେଷ କରି ଛୋଟପିଲା ବେଶୀ ଆକ୍ରାନ୍ତ ହୋଇଛନ୍ତି। ପିଲାମାନଙ୍କର ଚିକିତ୍ସା ଚାଲିଛି।

ରସାୟନିକ ଅସ୍ତ୍ର ପ୍ରୟୋଗ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ ଇରାନ ଓ ସିରିଆର ରାଷ୍ଟ୍ରପତିଙ୍କ ଉପରେ ଦୋଷ ଲଦିଛନ୍ତି। ଟ୍ରମ୍ପଙ୍କ ଏହି ଅଭିଯୋଗକୁ ଋଷ ଖଣ୍ଡନ କରିଦେଇଛି।

 

 

Previous ArticleNext Article

Send this to a friend