ଆସନ୍ତା ୨୩ରୁ ପେଟିଏମ୍‌ ପାଲଟିବ ପେମେଣ୍ଟ ବ୍ୟାଙ୍କ: ଆପଣଙ୍କ ଟଙ୍କା କୁଆଡେ ଯିବ ?

paytm-payments-bank-to-launch-next-week

ନୂଆଦିଲ୍ଲୀ: ପେଟିଏମ୍‌ ଖୁବଶୀଘ୍ର ହେବାକୁ ଯାଉଛି ପେମେଣ୍ଟ ବ୍ୟାଙ୍କ। ଦେଶର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ସିଷ୍ଟମ ପେଟିଏମ୍‌ ନିଜର ପେମେଣ୍ଟ ବ୍ୟାଙ୍କ ପାଇଁ ଆରବିଆଇ ଠାରୁ ଅନ୍ତିମ ଲାଇସେନ୍ସ ପାଇସାରିଛି। ସେଣ୍ଟ୍ରାଲ ବ୍ୟାଙ୍କ ଗାଇଡ ଲାଇନ ଅନୁସାରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍‌ ଆସନ୍ତା ୨୩ ତାରିଖରେ ଆରମ୍ଭ ହେବ। ତେବେ ମେ ୨୩ ତାରିଖ ପରେ ପେଟିଏମ୍‌ ଓ୍ଵାଲେଟ୍‌ର ସମସ୍ତ ବ୍ୟବସାୟ  ପେମେଣ୍ଟ ବ୍ୟାଙ୍କକୁ ଟ୍ରାନ୍ସଫର ହୋଇଯିବ। ଏହା ଅଟୋମେଟିକ ଟ୍ରାନ୍ସଫର୍‌ ହେବ ଯାହାଦ୍ୱାରା ଗ୍ରାହକଙ୍କୁ କୌଣସି ସମସ୍ୟାର ସମ୍ମୁଖିନ ହେବାକୁ ପଡିବନି। ଆସନ୍ତା ୨୩ ତାରିଖ ସୁଧା ସମସ୍ତ ଗ୍ରାହକଙ୍କୁ, ପେଟିଏମ୍‌ ସେବାକୁ ବନ୍ଦ କରିବା ପୂର୍ବରୁ ବିକଳ୍ପ ସୂଚନା ଦିଆଯିବ ବୋଲି କୁହାଯାଇଛି। ଆପଣଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଟ୍ରାନ୍ସଫର ହେଲା ପରେ ଆପଣ ଚେକ୍‌ ବୁକ୍‌, ଡେବିଟ୍‌ କାର୍ଡ ମଧ୍ୟ ପାଇପାରିବେ। କିନ୍ତୁ ଏହି ବ୍ୟାଙ୍କରେ ୧ଲକ୍ଷରୁ ଅଧିକ ଟଙ୍କାର ନେଣଦେଣ କରିପାରିବେ ନାହିଁ । ଏହି ବ୍ୟାଙ୍କର ମୁଖ୍ୟ ଲକ୍ଷ୍ୟ ହେଲା ଗ୍ରାହକଙ୍କୁ ଖୁବଶ୍ରୀଘ୍ର ଆବଶ୍ୟକୀୟ ସେବା କିପରି ଯୋଗାଇ ଦିଆଯାଇପାରିବ।

Previous ArticleNext Article

Send this to a friend