ଏ କି ୫୦୦ ଟଙ୍କିଆ ନୋଟ୍‌? ଲୋକେ ଦେଖି ତାଜୁବ

fivehundred

ନୂଆଦିଲ୍ଲୀ: ଗତକାଲି ମଧ୍ୟପ୍ରଦେଶର ମୁରୈନାରେ ଜଣେ ବ୍ୟକ୍ତି ଟଙ୍କା ବାହାର କରିବା ପାଇଁ ଏସ୍‌ବିଆଇର ଏକ ଏଟିଏମ୍‌ରେ ପହଞ୍ଚିଲେ। ଏଟିଏମ୍‌ରୁ ବାହାରିଲା ଚାରିଟି ପାଞ୍ଚ ଶହ ଟଙ୍କିଆ ନୋଟ୍। କିନ୍ତୁ ନୋଟ୍‌ଗୁଡ଼ିକୁ ଦେଖି ହଜି ଗଲା ତାଙ୍କ ହୋସ୍।

ଏଟିଏମ୍‌ରୁ ବାହାରିଥିବା ପାଞ୍ଚ ଶହ ଟଙ୍କିଆ ନୋଟ୍‌ ଗୁଡ଼ିକରେ ନ ଥିଲା ମହାତ୍ମା ଗାନ୍ଧୀଙ୍କ ଫଟୋ। ଏହା ଦେଖି ତାଙ୍କ ସହିତ ସେଠାରେ ଉପସ୍ଥିତ ଅନ୍ୟ ବ୍ୟକ୍ତିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ପରେ ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ବ୍ୟାଙ୍କରେ ଅଭିଯୋଗ କରିଥିଲେ।

ବିନା ଗାନ୍ଧୀ ଫଟୋର ଏହି ନୋଟ୍‌ଗୁଡ଼ିକ ଏଟିଏମ୍‌ରେ କେମିତି ପହଞ୍ଚିଲା ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି।

ଏହା ପୂର୍ବରୁ ମଧ୍ୟପ୍ରଦେଶର ଦମୋହରେ ଏକ ଏଟିଏମ୍‌ରୁ ନମ୍ବର ବିହୀନ ପାଞ୍ଚ ଶହ ଟଙ୍କିଆ ନୋଟ୍ ବାହାରିଥିଲା।

Previous ArticleNext Article

Send this to a friend