ମୋଦିଙ୍କ କଥା ମାନିଲେ : ମେ’ ୧୪ରୁ ୮ ରାଜ୍ୟରେ ରବିବାର ପେଟ୍ରୋଲ ପମ୍ପ ବନ୍ଦ

petrol-tecake-790x527

ନୂଆଦିଲ୍ଲୀ: ଏଣିକି ପ୍ରତି ରବିବାର ପେଟ୍ରୋଲ ପମ୍ପ ବନ୍ଦ ରହିବ। ଦେଶର  ୮ଟି ରାଜ୍ୟରେ ରବିବାର ଆଉ ପେଟ୍ରୋଲ ପମ୍ପ  ଖୋଲିବ ନାହିଁ। ଏହି ରାଜ୍ୟ ଗୁଡ଼ିକ ହେଲା ତାମିଲନାଡ଼ୁ, କେରଳ, କର୍ନାଟକ, ପୁଡ଼ୁଚେରୀ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ହରିୟାନା। ଆସନ୍ତା ମେ ୧୪ରୁ  ଏହି ନିୟମ କାର୍ଯ୍ୟକାରୀ ହେବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲ ସଞ୍ଚୟ ପାଇଁ ଆହ୍ୱାନ ଦେବା ପରେ ପେଟ୍ରୋଲ ପମ୍ପ ମାଲିକଙ୍କ ପକ୍ଷରୁ ମିଳିତ ଭାବେ  ଏଭିଳି ନିଷ୍ପତ୍ତି ନିଆଯାଇଛି।  ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସମ୍ମାନ ଦେଇ ଏହି ପଦେକ୍ଷପ ନିଆଯାଇଥିବା ଇଣ୍ଡିଆନ ପେଟ୍ରୋଲିୟମ ଡିଲର ଆସୋସିଏସନର ଜଣେ ସଦସ୍ୟ ଏହା କହିଛନ୍ତି। ଦିନେ ବନ୍ଦ ହେଲେ  ୧୫୦ କୋଟି ଟଙ୍କା ବ୍ୟବସାୟିକ କ୍ଷତି ହେଉଥିଲେ ମଧ୍ୟ ଭବିଶ୍ୟତ ପିଢି ଏବଂ ପ୍ରଦୂଷଣକୁ ରୋକିବା ପାଇଁ ଏହା ଜରୁରୁରୀ ବୋଲି ସେ କହିଛନ୍ତି।  ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନକୀ ବାତରେ ଆହ୍ୱାନ ଦେଇଥିଲେ।

Previous ArticleNext Article