ଚହଳ ସୃଷ୍ଟି କଲା ପ୍ରେମୀଯୁଗଳଙ୍କ କିସ୍‌ ସିନ୍‌ ଫଟୋ, ଚାକିରିରୁ ବିଦା ହେଲେ ଫଟୋଗ୍ରାଫର

ଢାକା: ପ୍ରେମୀଯୁଗଳଙ୍କ ଫଟୋ ଉଠାଇ ଫସିଗଲେ ଫଟୋଗ୍ରାଫର। ଏକ ପ୍ରେମୀଯୁଗଳଙ୍କ ବିବାଦୀୟ ଫଟୋ ଉଠାଇବା ବଂଲାଦେଶର ଜଣେ ଜଣାଶୁଣା ଫଟୋଗ୍ରାଫରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଉକ୍ତ ପ୍ରେମୀଯୁଗଳ କିସ୍ ଦିଆନିଆ ହେଉଥିବା ବେଳେ ଏହି ଫଟୋ ଉଠାଇବାରୁ ସମ୍ପୃକ୍ତ ଫଟୋଗ୍ରାଫରଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି।

ସମ୍ପୃକ୍ତ ଫଟୋଗ୍ରାଫରଙ୍କ କହିବା ଅନୁଯାୟୀ ଏହା ତାଙ୍କ ପାଇଁ ଅନ୍ୟାୟ ହୋଇଛି। ତେବେ ଫଟୋଗ୍ରାଫର ଜଣକ ନିଜ କ୍ୟାମେରାରେ କଏଦ କରିଥିବା କିସ୍‌ ସିନ୍‌ର ଦୃଶ୍ୟ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଯାଇଛି। ଆଉ ଏହି ଫଟୋ ମୁସଲିମ୍‌ ବହୁଳ ଦେଶରେ ବିବାଦୀୟ ରୂପ ନେଇଛି। ଘଟଣାଟି ୩ ଦିନ ପୂର୍ବରୁ ହୋଇଥିଲେ ମଧ୍ୟ ଚର୍ଚ୍ଚା ଥମିବାର ନାଁ ଧରୁ ନାହିଁ।

ସମ୍ପୃକ୍ତ ଫଟୋଗ୍ରାଫର ଜଣକ ହେଲେ ‘ପୂର୍ବୋପଶ୍ଚିମ୍‌ବିଦ୍‌ ନ୍ୟୁଜ୍‌ ପୋର୍ଟାଲ’ର ଫଟୋ ସାମ୍ବାଦିକ ଜିବନ୍‌ ଅହମ୍ମଦ। ଉକ୍ତ ନ୍ୟୁଜ୍‌ ପୋର୍ଟାଲର କହିବା ଅନୁଯାୟୀ, ଏହି ବିବାଦୀୟ ଫଟୋ ଉଠାଇ ଅହମ୍ମଦ ଚାକିରି କରିବାର ଯୋଗ୍ୟତା ହରାଇଛନ୍ତି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅହମ୍ମଦ। କହିଛନ୍ତି ଏହା ତାଙ୍କ ପ୍ରତି ଅନ୍ୟାୟ ହୋଇଛି। ଏହି ଫଟୋ ଉଠାଇବା ପରେ ତାଙ୍କୁ ଅନ୍ୟ ଫଟୋଗ୍ରାଫରମାନେ ମଧ୍ୟ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଏହି ଗୋଟିଏ ଫଟୋକୁ ନେଇ ଏତେ ବଡ଼ ବିବାଦ ସୃଷ୍ଟି ହେବ ତାହା ସେ କେବେ ଚିନ୍ତା ବି କରି ନଥିଲେ।

ଢାକା ୟୁନିଭର୍ସିଟିରୁ ପରିସରରୁ ସେ ଏହି ଫଟୋ ଉଠାଇ ଥିଲେ। ଏକ ପ୍ରେମୀଯୁଗଳ ବର୍ଷାର ମଜାନେଉଥିବା ବେଳେ ସେ ଏହି ଏହି ଫଟୋ ଉଠାଇଥିଲେ।  ଆଉ ଏହି ଫଟୋଟିକୁ ସେ ଉକ୍ତ ନ୍ୟୁଜ୍‌ ପୋର୍ଟାଲରେ ପୋଷ୍ଟ କରିଥିଲେ। ଫଟୋର କ୍ୟାପ୍‌ସନ ଥିଲା  ‘ବାରିଶ୍‌ କେ ତରାନେ: ପ୍ୟାର୍‌କୋ ଆଜାଦ୍‌ ରହନେ ଦୋ’। ଏହି ଫଟୋଟି ସଙ୍ଗେ ସଙ୍ଗେ ବାଂଲାଦେଶରେ ଭାଇରାଲ ହୋଇଯାଇଥିଲା। ସୋଶାଲ ମିଡିଆରେ ଏହାକୁ ନେଇ ଝଡ଼ ସୃଷ୍ଟି କରିଥିଲା। ଫଟୋକୁ ନେଇ କିଛି ରୁଢିବାଦୀ ପ୍ରଶ୍ନ ଉଠାଇ ଥିଲେ। ସେମାନଙ୍କ କହିବା ଅନୁଯାୟୀ ଏମିତି କାର୍ଯ୍ୟକଳାପ ବାଂଲାଦେଶର ସଂସ୍କୃତି ଏବଂ ପରମ୍ପରାର ପରିପନ୍ଥୀ। ଅନ୍ୟପଟେ ଏହି ଫଟୋ ଉଠାଇବା ପାଇଁ ଅହମ୍ମଦ ଉକ୍ତ ପ୍ରେମୀଯୁଗଳଙ୍କଠାରୁ ଅନୁମିତି ନେଇଥିଲେ କି ନାହିଁ ତାକୁ ନେଇ କିଛି ଲୋକେ ପ୍ରଶ୍ନ ଉଠାଇଥିଲେ। ସେପଟେ ଏହି ଫଟୋ ପ୍ରକାଶ ପାଇବା ପରେ ଉକ୍ତ ନ୍ୟୁଜ୍‌ପୋର୍ଟାଲ ପକ୍ଷରୁ କ୍ଷମାପ୍ରାର୍ଥନା ମଗାଯାଇଛି।  ସେହିପରି ପୋର୍ଟାଲ ସମ୍ପାଦକଙ୍କ କହିବା ଅନୁଯାୟୀ ଫଟୋଗ୍ରାଫର ଅହମ୍ମଦଙ୍କୁ ଚାକିରିରୁ ବିଦା କରାଯିବା ସହ ତାଙ୍କ ବିରୋଧରେ ଆଇନଗତ ଲଢ଼େଇ ନିଆଯିବ।

ସୌଜନ୍ୟ:ଏନ୍‌ଡିଟିଭି

Previous ArticleNext Article

Send this to a friend